ଆକ୍ରମଣ ଓ ଭଙ୍ଗାରୁଜା ଘଟଣାରେ ଘଟଣାରେ ୧୮ ଗିରଫ
ଭୁବନେଶ୍ୱର : ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ପରିସରରେ ଦୋକାନୀଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ ଓ ଭଙ୍ଗାରୁଜା ଘଟଣାରେ ଶନିବାର ପୁଲିସ ୧୮ ଜଣଙ୍କୁ ଗିରଫ କରିଛି ।
ଏମାନଙ୍କ ମଧ୍ୟରେ ୧୨ ମଧ୍ୟରେ ୧୨ ଜଣ ନାବାଳକ ଓ ଅନ୍ୟ ୬ ଜଣ ସାବାଳକ ବୋଲି ଜଣାପଡ଼ିଛି । ଏହାସହ ଘଟଣାର ତଦନ୍ତ ମଧ୍ୟ ଜାରି ରହିଛି। ମାତ୍ର କେଉଁ କାରଣରୁ ଏଭଳି ଆକ୍ରମଣ ହୋଇଛି ସେନେଇ ଏଯାବତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ସୂଚନାଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ହଠାତ୍ ୨୦ ରୁ ୩୦ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ ବିଲ୍ଡିଂରେ ପ୍ରବେଶ କରି ଦୋକାନୀଙ୍କ ଉପରେ ଆକ୍ରମଣ କରିବା ସହ ୧୦୦ ରୁ ଦୋକାନକୁ ଭାଙ୍ଗି ନଷ୍ଟ କରିଦେଇଥିଲେ ।


