ଆକ୍ରମଣ କାରୀରଙ୍କୁ ପୁଲିସ ଗିରଫ କରିବାରେ ବିଫଳ
ରାଜନଗର,(ୱା ଏନ ଏସ):କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଶେଷସୀମାକୁ ଲାଗି ରହିଥିବା ଵ୍ରାହ୍ମଣୀ ନଦୀ କୂଳରେ ଆଳିଥାନା ଅଧିନସ୍ଥ ଵଡ ଆମ୍ବିଳା ପଞ୍ଚାୟତ ସାହୁପଡା ଗ୍ରାମ ଅବସ୍ଥିତ। ଏହି ନଦୀକୂଳିଆ ଗ୍ରାମବାସୀ ସରଳ ଓ ପରୋପକାରୀ ତଥା ସମାଜ ସେଵୀ ଵୋଲି ଅଞ୍ଚଳବାସୀ କୁହନ୍ତି। ଗ୍ରାମର ତିନିଜଣ ଯୁଵକଙ୍କୁ କୁମାର ପୂର୍ଣ୍ଣମି ପୂର୍ବଦିନ ରାତିରେ ବେତା ଗ୍ରାମର ୪ଜଣ ଯୁବକ ମରଣାତ୍ମକ ଆକ୍ରମଣ କରି ପଳାଇ ଯାଇଥିବା ବେଳେ ଜଣଙ୍କୁ ଗ୍ରାମବାସୀ କାବୁ କରି ପୋଲିସର ଜିମା ଦେଇଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଆଳିଥାନା କେଶନଂ 632/24 ରହିଛି, ଏଥିରେ ତଦନ୍ତ ଭାର ଏସ୍ଆଇ ଏସ୍. ବେହେରାଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ତଦନ୍ତ ଚାଲୁ ରହିଛି । ମାମଲାକୁ 20ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତମାନେ ଖୁଲୁମଖୋଲା ବୁଲୁ ଥିବା ବେଳ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହଁ । ପୋଲିସ୍ ସଵୁ ଜାଣି ଅଭିଯୁକ୍ତଙ୍କୁ ଧରିବାରେ ଆନ୍ତରିକତାର ଅଭାବ ଦେଖା ଦେଇଛି।ଲୋକଙ୍କ କହିବାନୁ ଯାୟୀ ପୋଲିସ୍ ଏଠାରେ ରାଜନୈତିକ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରି ଅଭିଯୁକ୍ତଙ୍କୁ ଧରିବାରେ ବିଳମ୍ବ କରୁଥିବା ପିଡିତାଙ୍କ ପରିବାର ସହ ସାହୁପଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଆଳିର ପୋଲିସ ଆକ୍ରମଣ କାରୀ ଅଭିଯୁକ୍ତଙ୍କ ପ୍ରତି ଅନୁକମ୍ପା ତଥା କୋହଳ ମନୋଭାବ ଥିବାରୁ ଅଭିଯୁକ୍ତଙ୍କୁ ଗିରଫ କରିବା ଦାଵୀରେ ଗତ 30 ତାରିଖରେ ସାହୁପଡା ଗ୍ରାମବାସୀ ଆଳିଥାନା ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଠାରେ ଅଭିଯୋଗ କରିଥିବା ଜଣା ପଡିଛି । ସୂଚନା ଯୋଗ୍ୟ ସାହୁପଡା ଗ୍ରାମର ନକୁଳ ପରିଡାଙ୍କ ଅଭିଯୋଗ ପ୍ରକାରେ 14 ତାରିଖ ରାତିରେ ତାଙ୍କ ପୁଅ ନରେନ୍ଦ୍ର ପରିଡା ଓ ଗ୍ରାମର ଜୟନ୍ତ ରାଉଳ, ସତ୍ୟ ପ୍ରକାଶ ଖଣ୍ଡୁଆଳ କୁମାର ପୁର୍ଣ୍ଣିମା ପୂଜା ପାଇଁ ଗାଁରେ ସାଜସଜା ସାରି ରାତି ପ୍ରାୟ 11ଟାରେ ଘରଠୁ 200ମିଟର ଭିତରେ ରିଂ ରାସ୍ତା ଦେଇ ଫେରୁଥିଲେ।ଏହି ସମୟରେ ବେତା ଗ୍ରାମର ବିକାଶ ନାୟକ ପିତା ଅଚ୍ବ୍ୟତା ନାୟକ, ଆଶୀଷ କୁମାର ନାୟକ ପିତା ଅନନ୍ତ, କୁଲୁଆ ଓ ଜଗୁଆ ଏହି 4 ଜଣ ମିଶି ମାରଣାସ୍ତ୍ର ଧରି ରାସ୍ତା କଡରେ ଦୁଇଟି ବାଇକ ଧରି ଛିଡା ହୋଇଥିଲେ। ଏତେ ରାତିରେ ଆମ ଗାଁରେ କଣ ପାଇଁ ଛିଡା ହୋଇଛ ବୋଲି ପଚାରିବା ସମୟରେ ଉକ୍ତ ଚାରିଜଣ ଅତର୍କୀତ ଭାବେ ଛୁରୀରେ ଆକ୍ରମଣ କରିଥିଲେ। ଫଳରେ ନରେନ୍ଦ୍ରଙ୍କ ପେଟ ଓ ହାତରେ ଗଭୀର କ୍ଷତ ହୋଇଥିଲା, ପ୍ରଥମେ ଆଳି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇଁ କଟକ ମେଡିକାଲକୁ ପଠାଇଥିବା ଵେଳେ ଜୟନ୍ତ ଓ ସତ୍ୟ ପ୍ରକାଶକୁ କେନ୍ଦ୍ରାପଡା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରୀତ କରାଯାଇଥିଲା । ଅନ୍ୟ କିଛି ଲୋକ ଅଭିଯୁକ୍ତ ବିକାଶ ନାୟକକୁ କାବୁ କରି ପୋଲିସ ଜିମା ଦେଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ।ଅନ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ଧରିବାରେ ଟାଳଟୁଳ ନୀତି ଅବଲମ୍ଵନ କରି ନ୍ୟାୟ ଦେଉନଥିବାରୁ ଆଳି ପୋଲିସ ଉପରେ ସାଧାରଣ ଜନଚାଙ୍କର ବିଶ୍ବାସ ତୁଟି ଯାଉଛି।ପୋଲିସ ଯଦି ଅଭିଯୁକ୍ତଙ୍କୁ ଗିରଫ ନ କରେ ଵାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଵେ ଵୋଲି ସାହୁପଡା ବାସୀ ଚେତାବନୀ ଦେଇଛନ୍ତି।