ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ

ଶେରଗଡ, (ଯୁଗାବ୍ଦ ନ୍ୟୁଜ):ବୁଧବାର ଶେରଗଡ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ର ମାଜିଷ୍ଟ୍ରେଟ ଶ୍ରୀକାନ୍ତ ପାଢୀ ଆକ୍ରମଣ ମାମଲାରେ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଘଟଣା ରୁ ପ୍ରକାଶ ଯେ,୨୦୨୦ ମସିହା ଡିସେମ୍ବର ୧୫ ତାରିଖରେ ପୁନାନ୍ଦ ଗ୍ରାମର ମଧୁଛନ୍ଦା ପଣ୍ଡା ଓ ଶିବରାମ ପଣ୍ଡା ଙ୍କୁ ସେହି ଗ୍ରାମର ସିଲୁ ସେଠି ଆକ୍ରମଣ କରିଥିଲେ। ଏନେଇ ଶେରଗଡ ଥାନାରେ ୧୫୫/୨୦ ରେ ମାମଲା ରୁଜୁ ହୋଇଥିଲା। ୬ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣ କୁ ଆଧାର କରି ଅଦାଲତ ସିଲୁ ସେଠି ଙ୍କୁ ଆଈପିସି ଧାରା ୩୨୩ ରେ ଦୋଷୀ ସାବ୍ୟସ୍ତ କରିବା ସହ ପିଡିତା ଙ୍କୁ ୫ ହଜାର ଟଙ୍କା କ୍ଷତିପୂରଣ ଦେବା ଲାଗି ଆଦେଶ ଦେଈଛନ୍ତି। ସରକାରଙ୍କ ତରଫରୁ କ୍ୟାଡର ଏପିପି ସରୋଜ କୁମାର ମଲ୍ଲିକ ଓ ଏପିପି ସମୀର କୁମାର ପ୍ରଧାନ ମାମଲା ର ପରିଚାଳନା କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ