ଆକ୍ରମଣ ମାମଲା ; ଫେରାର ତିନି ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,(ଓ୍ୱାଇଏନ୍‌ଏସ୍‌): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ ଭିଷ୍ମଗିରି ଗ୍ରାମର ଏମ୍. କଂଗ୍ରେସ ପାତ୍ର,ଏମ୍. ରାଜି ଓରଫ ରାଜେନ୍ଦ୍ର ପାତ୍ର ଦୁଇ ଭାଇଙ୍କ ସମେତ ତାଙ୍କ ସମ୍ପର୍କୀୟ ଏମ୍. ମାଗି ପାତ୍ରକୁ ଗିରଫ କରିଛି। ଥାନା କେଶ୍ ନଂ. ୧୧୧/୨୦ ଧାରା ୨୯୪/୩୨୪/୫୦୬/୩୪ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ଜେଲ ହାଜତକୁ ପଠାଇ ଦିଆଯାଇଛି। ପୋଲିସକହିବା ଅନୁଯାୟୀ ଭିଷ୍ମଗିରି ଗ୍ରାମରେ ଚାଷଜମି କିଣା ବିକାକୁ କେନ୍ଦ୍ରକରି ବି. ମଙ୍ଗଳା ପାତ୍ର ଏବଂ ଏମ୍.ସୁବୁଦ୍ଧି ପାତ୍ର ଦୁଇ ପରିବାର ମଧ୍ୟରେ ବହୁଦିନ ହେଲା ଝଗଡ଼ା ଲାଗିରହିଥିଲା। ଗତ ୯ ତାରିଖରେ ଏମ୍. ସୁବୁଦ୍ଧିଙ୍କ ପୁଅ ରାଜେନ୍ଦ୍ର ତାଙ୍କ ମଇଁଷି ପଲକୁ ବି. ମଙ୍ଗଳାଙ୍କ ରାଶି କିଆରିରେ ପୁରାଇ ସବୁ ରାଶି ଫସଲ ନଷ୍ଟ କରିଦେଇଥିଲେ। ସନ୍ଧ୍ୟା ରେ ବି. ମଙ୍ଗଳା ଏବଂ ତାଙ୍କ ଭାଇ ବି. ବାଫୁଲୁ ଗ୍ରାମର ଉଷାକୋଠି ସାହିସ୍ଥିତ ଏମ୍. ସୁବୁଦ୍ଧିଙ୍କ ଘରକୁ ଯାଇ ପ୍ରତିବାଦ କରିବାରୁ ଏମ୍. ସୁବୁଦ୍ଧିଙ୍କ ପୁଅ ରାଜି ଓରଫ ରାଜେନ୍ଦ୍ର ତାଙ୍କ ସମ୍ପର୍କୀୟ ଉଭୟ ଭାଇଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଖଣ୍ଡା ଚୋଟରେ ଗୁରୁତର ଆହାତ ଦୁଇ ଭାଇ ମଙ୍ଗଳା ଓ ବାଫୁଲୁଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବି. କୁରେଶୁ ଏତଲା କ୍ରମେ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜ୍ଜୁ କରାଯାଇଥିଲା।ଗିରଫ ଭୟରେ ଅଭିଯୁକ୍ତମାନେ ଘଟଣା ଦିନ ଠାରୁ ଫେରାର ଥିଲେ। ସେମାନେ ଗାଁ କୁ ଫେରିଥିବା ଖବର ପାଇ ତଦନ୍ତକାରୀ ପୋଲିସ ଅଧିକାରୀ ଏଏସଆଇ ଲାଚ୍ଛମେୟା ରେଡ୍ଡୀ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ