ଆକ୍ଷେପ ସତ୍ତ୍ୱେ ଉଦାରତା ହାତ ପ୍ରସାରଣ କଲା ଜିଲ୍ଲା ପ୍ରଶାସନ

ଛତ୍ରପୁର : ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଯୋଗିଆପଲ୍ଲୀ ଗ୍ରାମର ଦିବ୍ୟାଙ୍ଗ ମହିଳା ଗୀତାଞ୍ଜଳି ପାଣିଗ୍ରାହୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଅଛି । ଉଚ୍ଚ ଶିକ୍ଷିତା ଏହି ମହିଳା ପୋଲିଓ ଆକ୍ରାନ୍ତ ହୋଇ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇଛନ୍ତି । ନିଜକୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅଭିଯୋଗ ଶୁଣାଣିରେ ଦରଖାସ୍ତ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଉକ୍ତ ମହିଳାଙ୍କୁ କଣ ସବୁ ସହାୟତା ପ୍ରଦାନ କରାଯାଇଛି ତାହା ଅଧସ୍ତନ କର୍ମଚାରୀମାନଙ୍କ ଠାରୁ ଜାଣିବାକୁ ଚାହିଁଥିଲେ । ଉକ୍ତ ମହିଳାଙ୍କୁ ଇନ୍ଦିରା ଆବାସ ପାଇଁ ୭୫ ହଜାର ଟଙ୍କା ପ୍ରଦାନ କରାଯାଇଥିବା ସ୍ଥଳେ ଏକ ବ୍ୟକ୍ତିଗତ ପାଇଖାନା ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରାଯାଇଛି । ଅନ୍ନପୂର୍ଣ୍ଣା ହିତାଧିକାରୀ ଭାବରେ ସେ ମାସିକ ୧୯ କି,ଗ୍ରା. ଚାଉଳ ପାଉଥିବା ସ୍ଥଳେ ଜାତୀୟ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମରେ ମାସିକ ଚାଉଳ ଓ ଗହମ ସହିତ ୨ ଲିଟର କିରୋସିନି ପାଉଛନ୍ତି । ତାଙ୍କୁ ଦିବ୍ୟାଙ୍ଗ ବସପାସ୍ ସହିତ ଏକ ହଳ ଆଶାବାଡି ଓ ବିଭିନ୍ନ ସମୟରେ ତିନିଗୋଟି ଟ୍ରାଇସାଇକେଲ ପ୍ରଦାନ କରାଯାଇଛି । ତାଙ୍କର ଦରଖାସ୍ତକୁ ଅନୁଧ୍ୟାନ କରି ମହିଳାଙ୍କୁ ଆତ୍ମ ନିର୍ଭରଶୀଳ କରିବାପାଇଁ ବ୍ୟାଙ୍କ ସହାୟତାରେ ଡି.ଆର୍‌.ଆଇ. ଋଣ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ଦିବ୍ୟାଙ୍ଗଙ୍କୁ ଆତ୍ମ ନିର୍ଭରଶୀଳ କରିବାରେ ଏହା ନିଶ୍ଚିତ ରୂପେ ଯଥେଷ୍ଟ ଉପଯୋଗୀ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ