ଆକ୍ସନ୍‍ମୁଡରେ ଆସିକା ଏନ୍‍ଏସି

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଏନ୍‍ଏସି ପକ୍ଷରୁ ବୁଧବାର ସହରର ବିଭିନ୍ନ ସ୍ଥାନରେ ଥିବା ୫ଟି ହୋଟେଲ୍‍ ଓ ରେଷ୍ଟୁରାଣ୍ଟ ଉପରେ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍‍ଙ୍କ ନେତୃତ୍ୱରେ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ଶୁଭଂରଜନ ମୁଦୁଲି, ସହାୟକ ଅନିଲ୍‍ କୁମାର ବେହେରା, ଆସିକା ଏନ୍‍ଏସି କର୍ମଚାରୀ କିଶୋର ଚନ୍ଦ୍ର ପାଣିଗ୍ରାହୀ, ଅଜିତ୍‍ କୁମାର ପଟ୍ଟନାୟକ, ରାଜେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ଗଠିତ ସ୍କ୍ୱାର୍ଡ ଜୋରଦାର୍‍ ଚଢାଉ କରିଥିବା ଲକ୍ଷ୍ୟ କରାଯାଇଛି । ଅପମିଶ୍ରିତ ଖାଦ୍ୟପଦାର୍ଥର ବିକ୍ରୀ ରୋକିବା ନେଇ କଡାକଡି ଯାଂଚ ପାଇଁ ଆସିକା ଏନ୍‍ଏସି ଆକ୍ସନ୍‍ମୁଡ୍‍କୁ ଓହ୍ଲାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ସହରର କଳିଙ୍ଗରୋଡ, ଲକ୍ଷ୍ମୀ ବଜାର ସମେତ ଆଖପାଖ ଅଞ୍ଚଳରେ ଥିବା ୫ଟି ହୋଟେଲ୍‍ ଉପରେ ଅତର୍କିତ ଚଢାଉ କରାଯାଇ ବିଭିନ୍ନ ଖାଦ୍ୟର ମାନ ଯାଞ୍ଚ କରାଯିବା ସହ ଅପମିଶ୍ରିତ ରୋକିବାକୁ ଦୋକାନୀ ମାଲିକଙ୍କୁ ତାଗିଦ୍‍ ସାଙ୍ଗକୁ ସ୍ୱଚ୍ଛତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଥିବା ଲକ୍ଷ୍ୟ କରାଯାଇଛି । ଏହି ଅବସରରେ ନିମ୍ନମାନର ଖାଦ୍ୟ ଓ ଅପମିଶ୍ରିତ ଖାଦ୍ୟ ବିକ୍ରୀ ଅଭିଯୋଗରେ ୫ଟି ହୋଟେଲ୍‍ ଓ ରେଷ୍ଟୁରାଣ୍ଟକୁ ୪୫ ହଜାର ଟଙ୍କା ଜରିମାନା ପକାଯାଇଥିବା ଜଣାପଡିଛି । ସେହିଭଳି ସହରର ବିଭିନ୍ନ ହୋଟେଲ୍‍, ରେଷ୍ଟୁରାଣ୍ଟ ମାଲିକମାନଙ୍କୁ ସ୍ୱଚ୍ଛତା, ଖାଦ୍ୟ ପ୍ରସ୍ତୁତି ସମୟରେ ପରିଚ୍ଛନ୍ନତା, ପଲିଥିନ୍‍ ବ୍ୟବହାର ନକରିବା, ପରିଷ୍କାର ଓ ପରିଚ୍ଛନ୍ନ ପରିବେଶରେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ସଚେତନ ମଧ୍ୟ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସହରରେ ଅପମିଶ୍ରିତ ଖାଦ୍ୟପଦାର୍ଥ ବିକ୍ରୀ ରୋକିବା ପାଇଁ ଆସିକା ଏନ୍‍ଏସି ପକ୍ଷରୁ ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ଅତର୍କିତ ଚଢାଉ ପରେ ଅନ୍ୟ କେତେକ ଦୋକାନୀଙ୍କ ଛାତି ଧଡଧଡ ହେବା ସହ ଛନକା ପଶିଯାଇଥିବା ଚର୍ଚ୍ଚା ହେଉଛି । ଆସିକା ସହରର ଅଧିକାଂଶ ହୋଟେଲ୍‍ ଓ ରେଷ୍ଟୁରାଣ୍ଟର ନିଜସ୍ୱ ପାର୍କିଂ ଜାଗା ନାହିଁ । ଯାହାରି ଫଳରେ ଗ୍ରାହକମାନେ ହୋଟେଲ୍‍ ସମ୍ମୁଖରେ ଗାଡି ପାର୍କିଂ କରୁଥିବା ଯୋଗୁଁ ଟ୍ରାଫିକ୍‍ ସମସ୍ୟା ସୃଷ୍ଟି ମଧ୍ୟ ହେଉଥିବା ଅଭିଯୋଗ ହେଉଛି । ସରକାରୀ ନୀତିନିୟମକୁ ଖୋଲାଖୋଲି ଭାବେ ଉଲଘଂନ କରି ଅଧିକାଂଶ ସମୟରେ ପଚାସଢା ଓ ବାସିଖାଦ୍ୟ ିବିକ୍ରୀ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା କେତେକ ଅସାଧୁ ହୋଟେଲ୍‍ ମାଲକଙ୍କ ମଧ୍ୟରେ ଆସିକା ଏନ୍‍ଏସିର ଏହି ଚଢାଉ ପରେ କୋକୁଆ ଭୟ ସୃଷ୍ଟି ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି । ଏହା ଆରମ୍ଭ ମାତ୍ର । ଆଗାମୀ ଦିନରେ ପୁଣି ବଡ ଧରଣର ଚଢାଉ କରାଯାଇ ଅପମିଶ୍ରିତ ଖାଦ୍ୟପଦାର୍ଥ ବିକ୍ରୀ କରୁଥିବା ଜଣାପଡିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍‍ଏସି କାର୍ଯ୍ୟନିର୍ବାହୀ ଲୋକନାଥ ବେଜ୍‍ ସୂଚନା ଦେଇଛନ୍ତି । ସ୍ୱାଦ ବୃଦ୍ଧି ପାଇଁ କେତେକ ହୋଟେଲ୍‍ ବ୍ୟବସାୟୀ ଅଧିକାଂଶ କ୍ଷେତ୍ରରେ ଶରୀର ପାଇଁ କ୍ଷତିକାରକ ରାସାୟନିକ ରଂଗ ମଧ୍ୟ ବ୍ୟବହାର କରୁଥିବା ଅଭିଯୋଗ ହେଉଛି । ଆଜି ଆସିକା ଏନ୍‍ଏସି ପକ୍ଷରୁ ଅପମିଶ୍ରିତ ଖାଦ୍ୟପଦାର୍ଥର ବହୁଳ ବିକ୍ରୀବଟାକୁ ରୋକିବା ପାଇଁ ପରୀକ୍ଷାମୂଳକ ଭାବେ ଚଢାଉ ଆରମ୍ଭ କରାଯାଇଥିଲା ବେଳେ ସହରର ବହୁ ପରିଚିତ ହୋଟେଲ୍‍ ଗୁଡିକରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତି ଭଳି ଗୁରୁତର ସମସ୍ୟା ନଜରକୁ ଆସିଥିଲା ବେଳେ ଚଢାଉ ବେଳେ ଯେଉଁ ଦୃଶ୍ୟ ଦେଖିଛି ତାହା ମୋତେ ଅତିମାତ୍ରାରେ ବ୍ୟଥିତ କରିଥିବା ବେଳେ ସହରବାସୀ ଏଭଳି ହୋଟେଲ୍‍ ଗୁଡିକରୁ ଖାଦ୍ୟ ନଖାଇବାକୁ ଏନ୍‍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍‍ ନିବେଦନ କରିଛନ୍ତି । ଆସିକା ଏନ୍‍ଏସି ପକ୍ଷରୁ ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗର ସହଯୋଗରେ ସହରର ବିଭିନ୍ନ ବଡ ଠାରୁ ଛୋଟ ପର୍ଯ୍ୟନ୍ତ ହୋଟେଲ୍‍ ଓ ରେଷ୍ଟୁରାଣ୍ଟରେ ଚଢାଉ କରାଯାଇ ଖାଦ୍ୟର ମାନ ଯାଂଚ କରାଯିବା ପ୍ରୟାସକୁ ସଚେତନ ନାଗରିକ ମହଲରେ ଉଚ୍ଚ ପ୍ରଶଂସା ଓ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ