ଆକ୍ସନ ମୁଡରେ କନ୍ଧମାଳ ସାଂସଦ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ଆକ୍ସନ ମୁଡରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ରାଜ୍ୟରେ ୨୪ ବର୍ଷର ସ୍ଥିର ସରକାର ଯିବା ପରେ ନୂଆ ସରକାର ରେ ଲୋକ ପ୍ରତିନିଧି ମାନେ ଲୋକଙ୍କ ନିକଟରେ ଉତ୍ତରଦାୟୀ । ଏଣୁ ଲୋକଙ୍କ ନିକଟରେ କିଭଳି ସରକାରଙ୍କ ସମସ୍ତ ଯୋଜନା ପହଞ୍ଚୁଛି ନା ନାହିଁ ସେ ନେଇ ସକାଳୁ ସକାଳୁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଦାରିଙ୍ଗବାଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସ୍ୱାସ୍ଥ୍ୟ ସେବା ସ୍ଥିତି ପରଖି ଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ପାରିପାର୍ଶିକ ପରିବେଶ ଦେଖି ବିରକ୍ତ ପ୍ରକାଶ କରିଥିଲେ ଏହା ପରେ ରୋଗୀ ଙ୍କ ବେଡ କୁ ଯାଇ ସ୍ୱାସ୍ଥ୍ୟ ସେବା ନେଇ ବୁଝି ଥିଲେ ଯାହାକୁ ନେଇ ବିରକ୍ତ ପ୍ରକାଶ କରିଥିଲେ । । ଦାରିଙ୍ଗବାଡି ସ୍ୱାସ୍ଥ୍ୟ କେନ୍ଦ୍ର ରେ ୨୪ ଟି ପଞ୍ଚାୟତର ଲକ୍ଷାଧିକ ଲୋକ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରୁଥିବା ବେଳେ ଏଠାରେ ସ୍ତ୍ରୀ ଓ ପ୍ରସୂତି ,ଶିଶୁ ବିଶେଷଜ୍ଞ ,ମେଡ଼ିସିନ ଭଳି ବିଭାଗ ସମେତ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି ,ରୋଗୀ ଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ବେଡ ସୁବିଧା ନାହିଁ ଯାହା ଫଳରେ ରୋଗୀ ବାରଣ୍ଡା ରେ ଶୋଉଛନ୍ତି, ନିରାମୟ ଯୋଜନାରେ ରୋଗୀଙ୍କୁ ମେଡ଼ିସିନ ମିଳୁ ନାହିଁ ନିର୍ମାଣ ସରିଥିବା ମେଡିକାଲ କୋଠା ମେଡିକାଲକୁ ହସ୍ତାନ୍ତର ହେଉ ନାହିଁ, ଯାହା ଫଳରେ ସ୍ୱାସ୍ଥ୍ୟ ସେବାରେ କୋଠା ବ୍ୟବହାର ନହୋଇ ପଡି ରହିଛି ଲୋକେ ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ସ୍ୱାସ୍ଥ୍ୟ ସେବା କିଭଳି ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବ ସେନେଇ କୌଣସି ସାଲିସ କରାଯିବ ନାହିଁ । ଏଥି ନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ବିଭାଗୀୟ ମନ୍ତ୍ରୀ ଙ୍କ ସହ ଆଲୋଚନା କରି ସମସ୍ୟା ର ସମାଧାନ କରାଯିବ ବୋଲି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି । ସାଂସଦ ଶ୍ରୀ ପାଣିଗ୍ରାହୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯିବା ସମୟରେ ତାଙ୍କ ସହ ଦୂର୍ଗା ମାଧବ ଆଚାର୍ଯ୍ୟ ,ମଣ୍ଡଳ ସଭାପତି ସନ୍ତୋଷ ସାହୁ ଜିଲ୍ଲା ସାଧାରଣ ସମ୍ପାଦକ ମାନଗୋବିନ୍ଦ ପ୍ରଧାନ ,ପଛୁଆ ବର୍ଗ ସଭାପତି ସନ୍ତୋଷ ଲେଙ୍କା , ଭେଙ୍କେଟେଶ୍ଵର ସାହୁ ,ହରେନ ସାହୁ ,ମିଟୁ ସାହୁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ