ଆକ୍ସନ ମୁଡ଼ରେ ବାଲିଗୁଡା ତହସିଲଦାର : ପ୍ରଶାସନ ପକ୍ଷରୁ ଲଗିଲା ସାଇନ୍ ବୋର୍ଡ: ବିନା ଅନୁମତିରେ ପ୍ରବେଶ ନିଷେଧ,
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସଦର ବାଲିଗୁଡ଼ା ଅଞ୍ଚଳରେ ଗତ କିଛି ଦିନ ଧରି ବେଆଇନ ଜମି ମାଫିଆ ଙ୍କ ରାଜ ବୃଦ୍ଧି ପାଇବାରେ ଲାଗିଥିଲା, ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ଉପଖଣ୍ଡ ପ୍ରଶାସନ ତପ୍ତର ହେବାସହ ଫୁଲ ଆକ୍ସନ ମୁଡ଼ରେ ବାହାରିଛନ୍ତି ବାଲିଗୁଡା ତହସିଲଦାର ଶଶାଙ୍କ ଶେଖର ପାତ୍ର l ବାଲିଗୁଡା, ବଡଗାଁ ମୌଜା ସମେତ ଏନଏସିର ନୁଆସାହି, ଦଣ୍ଡପଦର, ପଣସପଡି, ଗୁଳିମରାପଦା,ମୁଣ୍ଡାସାହି ଭଳି ବିଭିନ୍ନ ବସ୍ତିରେ ଜମି ମାଫିଆ ବେଶ ସକ୍ରିୟ ହୋଇ ବଡ ବଡ ଅଟ୍ଟାଳିକା ନିର୍ମାଣ କରି କ୍ରୟ ଵିକ୍ରୟ ଓ ଭଡା ସୂତ୍ରରେ ଦେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଅଭିଯୋଗ ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଏହାପରେ ଆକ୍ସନ ମୋଡ଼ରେ ପ୍ରଶାସନ ପ୍ରାଥମିକ ଭାବେ 2ନମ୍ବର ୱାର୍ଡ଼ ଡୁମୁଡ଼ି ସାହି, ଜାମପଦା ସାହି ଠାରେ ତହସିଲଦାର ଶଶାଙ୍କ ଶେଖର ପାତ୍ର ଙ୍କ ଉପସ୍ଥିତି ରେ ସରକାରୀ ଜମି ଜବରଦଖଲ କରି ସରକାରୀ କର୍ମଚାରୀ ଅଟ୍ଟାଳିକା ନିର୍ମାଣ କରିଥିବା ସ୍ଥାନରେ ବିନା ଅନୁମତିରେ ପ୍ରବେଶ ନିଷେଧ ବୋର୍ଡ଼ ଲଗାଯାଇଛି l ଏବଂ କିଛି ପ୍ଲଟ ଓ ଖୋଲା ପଡ଼ିଆକୁ ମଧ୍ଯ ସିଲ୍ କରିଦିଆଯାଇଛି ଏହାପରେ ବିଭିନ୍ନ ୱାର୍ଡରେ ହୋଇଥିବା ସରକାରୀ ଜମି ବେଦଖଲ ଉପରେ ଉଛେଦ ଅଭିଯାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି l ଫଳରେ ଜମି ମାଫିଆ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି l କିଛି ସରକାରୀ କର୍ମଚାରୀ ସେହି ସିଲ ହୋଇଥିବା ଜମି କିଣି ଘର କରିବା ପ୍ରସ୍ତୁତ ଚଳାଇ ଥିବା ବେଳେ ହଠାତ୍ ତହସିଲଦାର ଙ୍କ ଚଢାଉ ଯୋଗୁଁ ଭୟଭିତ ହୋଇଯାଇଛନ୍ତି l ଏପଟେ ବେ ଆଇନ ଜମି ଦଲାଲ୍ ଙ୍କ ଠାରୁ ସରକାରୀ ଜମି କିଣି ଥିବା ଲୋକ କିପରି ନିଜ ଟଙ୍କା ଫେରସ୍ତ ପାଇବେ ସେ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି l ବର୍ତ୍ତମାନ ଜମି ମାଫିଆ ବେଆଇନ୍ ଭାବେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଅର୍ଜନ କରି ବିଳାସମୟ ଜୀବନ ବିତାଉଥିବା ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି l ତେବେ ଏହି ବେଆଇନ୍ ଜବରଦଖଲ ଉଚ୍ଛେଦ ପାଇଁ ବାରମ୍ବାର ମିଳିତ ନାଗରିକ କମିଟି ଓ ଗଣ ମାଧ୍ୟମ ପ୍ରଶ୍ନ ଉଠାଇ ଆସୁଥିଲା l ଜମିହୀନଙ୍କ ତରଫରୁ ବରମ୍ବାର ଦାବି ହୋଇ ଆସୁଥିଲା ମଧ୍ଯ କୌଣସି ତହସିଲଦାର ଉଚିତ଼୍ ପଦକ୍ଷପ ଗ୍ରହଣ କରୁନଥିଲେ l କିନ୍ତୁ ଆଜି ତହସିଲଦାରଶ୍ରୀ ପାତ୍ର ଙ୍କ ପକ୍ଷରୁ ଏହି ଜବର ଦଖଲ ପ୍ରକିୟା ଆରମ୍ଭ ହୋଇଥିବା ଯୋଗୁ ଭୂମି ହୀନ ଓ ଗୃହହୀନ ବ୍ଯକ୍ତି ଖୁସି ବ୍ଯକ୍ତ କରିଛନ୍ତି l ମିଳିତ ନାଗରିକ କମିଟିର ସଭାପତି ଡ଼ଃ.ଅରୁପ କୁମାର ଜେନା ଓ ବରିଷ୍ଠ ଭାଜପା ନେତା କମଳା କାନ୍ତ ପାଣ୍ଡେ ସାଧୁବାଦ ଜଣାଇଛନ୍ତି l ଖୁବ ଶୀଘ୍ର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହୋଇଥିବା ଜବର ଦଖଲ ଉଛେଦ କରି ଭୂମିହୀନଙ୍କୁ ପଟ୍ଟା ଯୋଗାଇ ଦେବାକୁ ଦାବୀ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଆର ଆଇ ରୁନୁମା ମଲିକ, ଅମିନ ରମେଶ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ତଦାରଖ କରିଥିଲେ I


