ଆକ୍ସନ ମୋଡରେ ଭାରତୀୟ ସେନା

୨ଠ୧୬ ଉରି ଆକ୍ରମଣ ପରେ ପାକିସ୍ତାନୀ ସୀମାରେ ପଶି ଭାରତୀୟ ସେନା ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା । ଆଜିର ପୁଲୱାମା ଘଟଣା ପରେ ଭାରତୀୟ ସେନା ପୁଣି ସର୍ଜିକାଲ ଷ୍ଟ୍ରାଇକ୍ କରିବ ବୋଲି ଅନୁମାନ କରାଯାଉଛି । ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବା ପାଇଁ ଆଉ ଦୁଇ ତିନି ଥର ସର୍ଜିକାଲ ଷ୍ଟ୍ରାଇକ୍ର ଆବଶ୍ୟକତା ରହିଛି ବୋଲି ମଧ୍ୟ ଦେଶବାସୀ ଦାବି କରିଛନ୍ତି । ସେହିପରି ନିଜ ମାଟିରେ ପାଳୁଥିବା ଆତଙ୍କବାଦୀଙ୍କ ଆଜିର ଏପ୍ରକାର କୃତକାର୍ଯ୍ୟ ପାଇଁ ପାକିସ୍ତାନକୁ ପଶ୍ଚାତାପ କରିବାକୁ ପଡିବ ବୋଲି ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ବିପିନ୍ ରାୱତ୍ କହିବା ପରେ ଭାରତୀୟ ସେନା ଆଜି ଘଟଣାର ପ୍ରତିଶୋଧ ନେବା ନିଶ୍ଚିତ ହୋଇଯାଇଛି । ଅନ୍ୟପକ୍ଷେ ଗୃହମନ୍ତ୍ରୀ ରାଜନାଥ ସିଂହ, ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ, ସିଆରପିଏଫ ଡିଜି ଆର ଆର ଭଟ୍ଟନାଗରଙ୍କ ସହ କଥା ହୋଇଛନ୍ତି । ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ମଧ୍ୟ ଆଜିର ଘଟଣା ଉପରେ ଏକ ବୃହତ୍ ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ