ଆକ୍ସିସ୍ ବ୍ୟାଙ୍କ ଓ ଆଲାଏନ୍ସ ନେଟ୍‌ୱର୍କ ଇଣ୍ଡିଆ ମଧ୍ୟରେ ସହଯୋଗିତା ଦେଶରେ ଡିଜିଟାଲ୍ ପେମେଂଟ୍ ଓ ମର୍ଚାଂଟ୍ ସେବାକୁ ବଦଳାଇବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତର ସର୍ବବୃହତ ଘରୋଇ କ୍ଷେତ୍ର ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ୟୁଏଇର ପେମେଂଟ୍ ସମାଧାନ ପ୍ରଦାନକାରୀ କମ୍ପାନି ଓଏମ୍‌ଏ ଏମିରେଟ୍‌ସ ଗ୍ରୁପ୍‌ର ସହାୟକ ସଂସ୍ଥା ଆଲାଏନ୍ସ ନେଟ୍‌ୱର୍କ ଇଣ୍ଡିଆ ସହ ସହଯୋଗିତା ସ୍ଥାପନ କରାଯାଇଛି । ଏହି ସହଯୋଗିତାରେ ଆକ୍ସିସ୍ ବ୍ୟାଙ୍କର ବ୍ୟାପକ ନେଟ୍‌ୱର୍କ ଓ ସହଜ କାରବାର ଲାଗି ବିଶେଷତା ଏବଂ ଆଲାଏନ୍ସ ନେଟ୍‌ୱର୍କର ଅଭିନବ ପ୍ରଯୁକ୍ତି ଏକାଠି ହେବ ଯାହା ମର୍ଚାଂଟ୍‌ଙ୍କୁ ଉନ୍ନତ ଓ ସୁହାଇବା ଭଳି ସମାଧାନ ପ୍ରଦାନ କରିବ ।ରାଜିନାମା ସ୍ୱାକ୍ଷର ଅବସରରେ ଆଲାଏନ୍ସ ନେଟ୍‌ୱର୍କ ପକ୍ଷରୁ ଆକ୍ସିସ୍ ବ୍ୟାଙ୍କ ସହଯୋଗିତାରେ ଭାରତୀୟ ବଜାରକୁ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ସହଯୋଗିତାର ଲକ୍ଷ୍ୟ ହେଉଛି ଭାରତୀୟ ମର୍ଚାଂଟମାନଙ୍କୁ ସୁରକ୍ଷିତ ଓ ନିରବଚ୍ଛିନ୍ନ ପେମେଂଟ୍ ପ୍ରକ୍ରିୟାକରଣ ସମାଧାନ ପ୍ରଦାନ କରିବା ଯାହା ସେମାନଙ୍କ ବିବିଧ ବ୍ୟବସାୟ ଆବଶ୍ୟକତା ପୂରଣ କରିବ ।ଡିଜିଟାଲ୍ ରୂପାନ୍ତରଣକୁ ଆଗକୁ ବଢ଼ାଇବା ଏବଂ ଭାରତରେ ପେମେଂଟ୍ ଓ ମର୍ଚାଂଟ୍ ସେବାର ନୂଆ ଯୁଗ ଆରମ୍ଭ କରିବା ଲାଗି ଆକ୍ସିସ୍ ବ୍ୟାଙ୍କ ଓ ଆଲାଏନ୍ସ ନେଟ୍‌ୱର୍କର ମିଳିତ ସହଯୋଗିତାକୁ ଦର୍ଶାଉଛି । ଏହି ଅବସରରେ ଆଲାଏନ୍ସ ନେଟ୍‌ୱର୍କ ଇଣ୍ଡିଆ ଓ ଆକ୍ସିସ୍ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ଯାହା ଏହି ସହଯୋଗିତାର ଗୁରୁତ୍ୱକୁ ଦର୍ଶାଉଛି ।ଆକ୍ସିସ ବ୍ୟାଙ୍କର ସଭାପତି ତଥା କାର୍ଡ ଏବଂ ପେମେଂଟ୍ ମୁଖ୍ୟ ସଞ୍ଜୀବ ମୋଘେ କହିଛନ୍ତି ଯେ, “ଆମେ ବ୍ୟବସାୟୀ ସମୁଦାୟ ପାଇଁ ଏକ ଦ୍ରୁତ ଏବଂ ଅଧିକ ସୁରକ୍ଷିତ ପେମେଂଟ୍ ବ୍ୟବସ୍ଥାକୁ ପ୍ରାଥମିକତା ଦେବା ସହିତ ଅତ୍ୟାଧୁନିକ ପେମେଂଟ୍ ସମାଧାନ ପ୍ରଦାନ କରିବା ପାଇଁ ବ୍ୟାପକ ଡିଜିଟାଲ୍ ସମାଧାନ ଉପରେ ନିରନ୍ତର କାର୍ଯ୍ୟ କରୁଛୁ । ଆମେ ବିଶ୍ୱାସ କରୁ ଯେ ଏହି ସହଯୋଗିତା କେବଳ ବ୍ୟବସାୟୀମାନଙ୍କ ପାଇଁ ଦେୟ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି କରିବ ନାହିଁ ବରଂ ଭାରତରେ ଡିଜିଟାଲ ଅର୍ଥନୀତିର ଅଭିବୃଦ୍ଧିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବ । ଦ୍ରୁତ ଗତିରେ ପରିବର୍ତିତ ବଜାରରେ ବ୍ୟବସାୟକୁ ସମୃଦ୍ଧ କରିବା ପାଇଁ ସଶକ୍ତ କରୁଥିବା ଅସାଧାରଣ ମୂଲ୍ୟ ଏବଂ ଅଭିନବ ସମାଧାନ ପ୍ରଦାନ କରିବାକୁ ଆମେ ମିଳିତ ଭାବେ ପ୍ରତିଶ୍ରୁତିବଦ୍ଧ ।”ଆଲାଏନ୍ସ ନେଟୱାର୍କ ଗ୍ରୁପର ଜିସିଇଓ ନିରଞ୍ଜନ ସାଙ୍ଗଲ କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କ ସହ ଆମର ସହଯେଗିତା ମାଧ୍ୟମରେ ଭାରତୀୟ ବଜାରରେ ଆନୁଷ୍ଠାନିକ ଭାବେ ପ୍ରବେଶ କରିବାକୁ ଆମେ ଉତ୍ସାହିତ । ଏହା ଆମ ପାଇଁ ଏକ ସକାରାତ୍ମକ ସଙ୍କେତ ଯେ ଆମେ ଦେଶର ଅନ୍ୟତମ ବୃହତମ ବ୍ୟାଙ୍କ ସହିତ ଆମର ଦେୟ ସମାଧାନ ଆରମ୍ଭ କରୁଛୁ । ଭାରତୀୟ ବଜାରରେ ଆମର ବିଶ୍ୱସ୍ତରୀୟ ଦକ୍ଷତା ଆଣିବା ପାଇଁ ଆମର ଏକ ମିଳିତ ଦୃଷ୍ଟିକୋଣ ରହିଛି । ମିଳିତ ଭାବେ ଆମେ ବ୍ୟବସାୟୀମାନଙ୍କୁ ଅଭିନବ ଜ୍ଞାନକୌଶଳ ସହିତ ସଶକ୍ତ କରିବୁ ଯାହା ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ଏବଂ ଆଧୁନିକ ପରିଦୃଶ୍ୟରେ ଗ୍ରାହକଙ୍କ ଅନୁଭୂତିରେ ଉନ୍ନତି ଆଣିବ ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ