ଆଖଣ୍ଡଳମଣି ପୀଠରୁ ଗଲା ଆଜ୍ଞାମାଳ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଆସନ୍ତା ଗୁରୁବାର ପବିତ୍ର ଶ୍ରୀରାମ ନବମୀ । ଏହି ଉପଲକ୍ଷେ ଭଦ୍ରକରେ ପ୍ରଭୁ ଶ୍ରୀରାମଙ୍କ ମହାଯଜ୍ଞ ଅନୁଷ୍ଠିତ ହେବ । ସେଥିପାଇଁ ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡିରୁ ମଙ୍ଗଳବାର ଏକ ଶୋଭାଯାତ୍ରାରେ ଆଜ୍ଞାମାଳକୁ ଭଦ୍ରକ ସ୍ଥିତ ଯଜ୍ଞସ୍ଥଳକୁ ପଠାଯାଇଥିଲା ଯାଇଥିଲା । ଜୟ ଶ୍ରୀରାମ ଧ୍ବନିରେ ଆରଡି ପ୍ରକମ୍ପିତ ହୋଇଥିଲା । ପୂର୍ବାହ୍ଣରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଆଜ୍ଞାମାଳକୁ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥିଲା । ମନ୍ଦିର ସେବାୟତ ଜୀବନାନନ୍ଦ ପାଢୀ ଏହି ପବିତ୍ର ଆଜ୍ଞାମାଳକୁ ମୁଣ୍ଡରେ ମୁଣ୍ଡାଇ ପୀଠ ପରିକ୍ରମା କରିଥିଲେ । ପରେ ଏହାକୁ ଏକ ସୁସଜ୍ଜିତ ରଥରେ ଅବସ୍ଥାପିତ କରାଯାଇ ଭଦ୍ରକ ନିଆଯାଇଥିଲା।ଆଜ୍ଞାମାଳ ଯିବା ସମୟରେ ଆଖଣ୍ଡଳମଣି – ଭଦ୍ରକ ରାଜ୍ୟ ରାଜପଥର ବିଭିନ୍ନ ସ୍ଥାନରେ ଧୂପଦୀପ ଦେଇ ଭକ୍ତି ଅର୍ଘ୍ୟ ପ୍ରଦାନ କରିଥିଲେ । କିଶୋର ନାୟକ, ସଂଗ୍ରାମ ସାହୁ, ସଦାନନ୍ଦ ମଲିକ, ପ୍ରଦୀପ ନାୟକ, ସତ୍ୟଶିବ ନାୟକ,ଦୀପକ ରଞ୍ଜନ ବିଶ୍ବାଳ, ଉମେଶ ସାହୁ, ସୁବ୍ରତ ବିଳାସ, ଦୀପ୍ତି ରଞ୍ଜ ନାୟକ, ସୁରେଶ ମହାଳିକ, କିଶନ ପାଢୀ, ରାଧାକାନ୍ତ ପାଢୀ, ପ୍ରଫୁଲ୍ଲ ମହାଳିକ, ରଞ୍ଜନ ସୁତାର, ସମ୍ବିତ ନାୟକ ପ୍ରମୁଖ ଶତାଧିକ ରାମଭକ୍ତ ଏହି ଆଜ୍ଞାମାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।