ଆଖଣ୍ଡଳମଣି ପୀଠ ମାଷ୍ଟର ପ୍ଲାନର ଚୂଡାନ୍ତ ରୂପରେଖ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲାରେ ଥିବା ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡିରେ ମାଷ୍ଟର ପ୍ଲାନ କାର୍ଯ୍ୟକାରୀ ହେବା ନିମନ୍ତେ ଓଡିଶା ସରକାରଙ୍କ ତରଫରୁ ୭୦ କୋଟିରୁ ଅଧିକ ଅର୍ଥରାଶୀ ବ୍ଯୟବରାଦ କରାଯାଇଛି । ଏହାର ବ୍ଲୁ ପ୍ରିଣ୍ଟ ପ୍ରଦର୍ଶନ କରିବା ତ ଥା ଏହାକୁ ବାସ୍ତବ ରୂପରେଖ ଦେବା ଲାଗି ୫ ଟି ସଚ୍ଚିବ ଭିକେ ପାଣ୍ଡିଆନ ଓ ମୂଖ୍ୟ ଶାସନ ସଚ୍ଚିବ ସୁରେଶ ମହାପାତ୍ର ଶୁକ୍ରବାର ପୀଠକୁ ଆଗମନ କରିଥିଲେ । ଉଭୟ ସଚ୍ଚିବ ହେଲିକପ୍ଟର ଯୋଗେ ଏଠାକୁ ଆସି ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିଥିଲେ । ଏହାପରେ ମନ୍ଦିର ବେଢାରେ ମାଷ୍ଟର ପ୍ଲାନର ବ୍ଲୁ ପ୍ରିଣ୍ଟ ନକ୍ସାକୁ ଶ୍ରୀ ପାଣ୍ଡିଆନ ଓ ଶ୍ରୀ ମହାପାତ୍ର ପ୍ରଦର୍ଶନ କରିଥିଲେ । ପୀଠରେ ଥିବା ସେବାୟତଙ୍କ ବାସଗୃହ ଓ ବ୍ୟବସାୟ ପ୍ରତିଷ୍ଠନ ଭଙ୍ଗାଯାଇ ସେମାନଙ୍କୁ ଅନ୍ୟତ୍ର ଥଇଥାନ କରିବା ଲାଗି ୪୨ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ମୂଖ୍ୟ ଶାସନ ସଚ୍ଚିବ ସୂଚନା ଦେଇଥିଲେ । ମନ୍ଦିର ପଶ୍ଚିମ ଦ୍ବାର ଠାରୁ ପ୍ରବେଶ ପଥ ପର୍ଯନ୍ତ ୧୦୦ ଫୁଟ ପ୍ରସ୍ଥ ବିଶିଷ୍ଟ ରାସ୍ତା ନିର୍ମାଣ, ଆନନ୍ଦବଜାର ପ୍ରତିଷ୍ଠା, ତୋରଣ ନିର୍ମାଣ, ଗାଡି ପାର୍କିଂ ନିର୍ମାଣ, ପ୍ରବେଶ ପଥ ତୋରଣ ନିର୍ମାଣ, ବେଢା ଠାରୁ ୬୬ ଫୁଟ ପର୍ଯ୍ୟନ୍ତ ସ୍ଥାନ ଅଧିଗ୍ରହଣ ଲାଗି ଅର୍ଥ ବିନିଯୋଗ କରାଯାଇଥିବା ମନ୍ଦିର ପ୍ରଶାସନିକ ଅଧିକାରୀ ବିଦ୍ୟାଧର ପଲାଇ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ