ଆଖିରୁ ଝରି ପଡୁଥିଲା ଅନେକ ସାଇତା ସ୍ମୃତିର ଲୁହ….
ପିଲାଙ୍କୁ ଭାଗ କରିବା କଥା କହୁଛନ୍ତି । ସେଇ ଦିନରୁ ତାଙ୍କ ଘରକୁ ଯିବା ପୁରା ବନ୍ଦ । ଦୀର୍ଘ ବର୍ଷର ସମ୍ପର୍କ ପଦେ କଥାରେ ଭାଙ୍ଗିଯାଇଥିଲା, ଏ ବୟସରେ ବି ମିତା କେବେ ଛୁଆ ନାହିଁ ବୋଲି ମନ ଖରାପ କରି ନଥିଲା, ହେଲେ ଆଜି ବହୁତ କାନ୍ଦିଲା । ତାଙ୍କ ତରଫରୁ ବି ଆଉ ଯୋଡିବାର ଚେଷ୍ଟା ହେଲାନି । ଘରକୁ ଘର ଲାଗିଥାଏ ତଥାପି ନିଜ ଭିତରେ ଦୂରତା ମାପିବା ସ୍ତରଠୁ ବେଶୀ ହେଇ ସାରିଥିଲା । ପ୍ରାୟ ଆଠ ମାସ ପରେ ନାଥ ବାବୁ ବଡ ପାଟିରେ ଡାକ ଦେଇ ଆମ ଝରକା ବାଡେଇଲେ ଡାକ ଦେଲେ ଦୌଡିଆସ ମିତା ….ମିସେସ୍ ନାଥଙ୍କର କ’ଣ ହେଇଯାଉଛି । ଆମେ ବି ରାଗ ଅଭିଯାନ ଭୁଲି ଦୌଡିଲୁ । ହେଲେ ମିସେସ୍ ନାଥ ଆଉ ନଥାନ୍ତି । ତଥାପି ଡାକ୍ତର ଡାକିଲୁ ଆଉ ନିଶ୍ଚିତ ହେଲୁ ହୃଦଘାତରେ ସେ ଚାଲିଯାଇଛନ୍ତି । ଧୀରେ ବନ୍ଧୁ ବାନ୍ଧବଙ୍କ ଗହଳି ଲାଗିଲା । ନାଥ ବାବୁ ବି ସତ୍ୟକୁ ଗ୍ରହଣ କରି ପୁଅମାନଙ୍କ ଆସିବା ଅପେକ୍ଷାରେ ଜଡ ପାଲଟି ବସିଥିଲେ । ସକାଳ ଯାଇ ସନ୍ଧ୍ୟା ହେଲା, ଗହଳି ବି କମିଲା । ସନ୍ଧ୍ୟାରେ ସୌମ୍ୟଜିତ୍ ପହଞ୍ଚିଲା । ପୁଣି ବନ୍ଧୁମାନେ ଟିକେ ଚଳଚଞ୍ଚଳ ହେଲେ, ନାଥ ବାବୁ ପଚାରିଲେ ଧନ କାହିଁ? ହେଲେ ତାଙ୍କ ସମ୍ପତ୍ତି ଚୁପ୍ ରହିଲା । ସମସ୍ତେ ବୁଝିପାରୁଥିଲେ ମା’କୁ ହରେଇ ସେ ଦୁଃଖି । ମୁଁ ବି ମିତାକୁ ଠାରିଲି ଘରକୁ ଚାଲ୍ । ରାତି ଆଠଟା ବେଳକୁ ହଠାତ୍ ନାଥ ବାବୁଙ୍କ ଘରୁ ଗୁଳିଫୁଟିବା ଶବ୍ଦ ଶୁଣି ଆମେ ହତବାକ୍ । ପାଖ ପଡୋଶୀ ବି ଦୌଡି ଆସିଲେ । ଭିତର ଘରେ ନାଥ ବାବୁ ବେଡ୍ରେ ରକ୍ତ ଜଡ ସଡ ହେଇ ପଡିଥିଲେ । ହାତରେ ତାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ, ଆଉ ଟିକେ ଦୂରରେ କାଗଜଟିଏ । ଉଠେଇ ପଢ଼ିଲି, ନାଥ ବାବୁଙ୍କ ଜଣେ ସମ୍ପର୍କୀୟ କହିଲେ ଜୋର୍ରେ ପଢ଼ନ୍ତୁ ତ, ବୋଧେ ସ୍ତ୍ରୀଙ୍କ ମୃତ୍ୟୁକୁ ନାଥ ବାବୁ ଗ୍ରହଣ କରି ପାରିଲେନି! ମୁଁ ପଢ଼ିଲି….. ପ୍ରିୟ ସମ୍ପତ୍ତି, ତୋ ମା-ଆଉ ମୁଁ ତମ ଦୁଇ ଭାଇଙ୍କୁ କେବେ ଦୁଇ ଭାବିନୁ, ତମ ମାନଙ୍କ ସୁଖ ସୁବିଧା ଛଡା ଆଉ କିଛି ଭାବିନୁ ଆମେ । ତୁ ଆସିଲୁ ହେଲେ ଧନ ଆସିଲାନି, ତୁ ତୋ ମଉସାଙ୍କୁ କହୁଥିଲୁ ଭାଇ କହିଛି ଏଥର ତୁ ଯା’ ବାପାଙ୍କ ବେଳେ ମୁଁ ଯିବି…. ବାବୁରେ ଆମ ଲାଗି ହଇରାଣ କାହିଁ ହେବ! ଆମେ ଜାଗା ବାଡି ଭାଗ କରିପାରିଲୁନି କିନ୍ତୁ ତୁମେ ଆମ ଦୁଇଜଣଙ୍କୁ ଭାଗ କରିଦେଲ? ଆସିଛୁ ତ ଦୁଇଜଣଙ୍କ କାମ ସାରିଦେଇ ଯା, ପରେ ହଇରାଣ କାହିଁ ହେବ ।