ଆଖିରେ ଟାଟୁ

ପ୍ରାୟ ସବୁ ଲୋକଙ୍କର କିଛି ନା କିଛି ସଉକ ରହିଥାଏ । ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଯୁବତୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଟାଟୁ ପାଇଁ ଏତେ ପାଗଳ ଯେ ନିଜ ଆଖିରେ ସେ ଟାଟୁ କରିଛନ୍ତି । ସେ ନିଜ ଶରୀରରେ ୨୦୦ ଟାଟୁ କରିଛନ୍ତି । ତାଙ୍କୁ ଟାଟୁ ଦୁନିଆର ଡ୍ରାଗନ ଗାର୍ଲ ବୋଲି କୁହାଯାଉଛି । ୨୪ ବର୍ଷୀୟା ଏମ୍ବର ଲ୍ୟୁକଙ୍କର ଟାଟୁ ପାଇଁ ଏଭଳି ସଉକ ରହିଛି ଯେ, ସେ ନିଜ ଆଖିରେ ଟାଟୁ କରିଛନ୍ତି । ନ୍ୟୁ ସାଉଥରେ ରହୁଥିବା ଏମ୍ବର ନିଜ ଲୁକ୍ ବଦଳାଇବା ପାଇଁ ଏଯାଏଁ ୧୮.୩୭ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଛନ୍ତି । ସେ ନିଜକୁ ନୀଳ ଆଖିର ଧଳା ଡ୍ରାଗନ ନାମକୁ ଖୁବ୍ ପସନ୍ଦ କରନ୍ତି । ଏନେଇ ଏମ୍ବର କହିଛନ୍ତି ଯେ, ଆଖିରେ ଟାଟୁ କରିବା ତାଙ୍କ ପାଇଁ ବେଶ୍ କଠିନ ଥିଲା । ଏହି କାମ ପାଇଁ ୪୦ ମିନିଟ୍ ସମୟ ଲାଗିଥିଲା । ଏହା ପରେ ୩ ସପ୍ତାହ ଯାଏଁ ତାଙ୍କୁ ଅନ୍ଧ ଭଳି ରହିବାକୁ ପଡିଥିଲା । ଆଖିରେ ଟାଟୁ କରିବାର ଅନୁଭବ ବିଷୟରେ ଏମ୍ବର କହିଛନ୍ତି ଯେ, ମୋ ଆଖିରେ ଇଙ୍କ ପକାଇବା ସମୟରେ ଏଭଳି ଲାଗୁଥିଲା ଯେପରି କେହି ୧୦ଟି କାଚ ଟୁକୁଡା ମୋ ଆଖିରେ ଫୁଟାଉଛି । ଏହି ପ୍ରକ୍ରିୟା ବର୍ଷକରେ ୪ ଥର କରିବାକୁ ପଡିଥିଲା । ଯଦି ଏଥିରେ ତିଳେ ମାତ୍ର ତ୍ରୁଟି ହୋଇଥାନ୍ତା ତେବେ ତାଙ୍କୁ ସବୁ ଦିନ ପାଇଁ ଦୃଷ୍ଟିଶକ୍ତି ହରାଇବାକୁ ପଡିଥାନ୍ତା । ସେ ୨୦୨୦ ମଧ୍ୟରେ ସମ୍ପୂର୍ଣ୍ଣ ଶରୀରରେ ଟାଟୁ କରିବାକୁ ଲକ୍ଷ୍ୟ ରଖିଛନ୍ତି । ୧୬ ବର୍ଷ ବୟସରୁ ତାଙ୍କର ଟାଟୁ ପ୍ରତି ସଉକ ଆସିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ