ଆଖି ର ଅସହାୟ କଷ୍ଟ

ଭଂଜନଗର,(ସନ୍ତୋଷ ଜେନା ):ଆଖିର ଅସହ୍ୟ କଷ୍ଟ ସହ ବେସାହାରା ନିରୁପାୟ ମହିଳା ଯାତ୍ରୀ ବିଶ୍ରାମଗାର ରେ ରହି ବିତୁଛି ଜିବନ। ବଢୁଛି ଆଖି ଘାଁ କଷ୍ଟ ଏମିତି ହେଉଛି ମରିଜିବାକୁ ଇଛା ହେଉଛି କିନ୍ତୁ ମରଣ ମତେହେଉନି କିଆଁ କିନ୍ତୁ ମୋ ପରେ ମୋ ଝିଅ ର କଣ ହେବ ଏମିତି କୋହ ଭରା କଣ୍ଟ ରେ ନିଜର ମନର ଦେବନାକୁ କହିଛନ୍ତି ମଞ୍ଜୁ ।ତା ନିଜର ରକ୍ତ ସମ୍ପର୍କୟ ବୋଲି କେହି ନାଥିବା ବେଳେ ଏକ ମାତ୍ର ଝିଅ ମା’ର ସେହ୍ନ ଆଦର ଏବଂ ଏହି ବୟସରେ ପାଠ ବଦଳରେ ପାଲଟିଛି ମାଆ ପାଇଁ ଏକ ମାତ୍ର ସାହାରା। ଘର ନଥିବାରୁ ନିରୁପାୟ ହୋଇ ଭଂଜନଗର ରଘୁନାଥ ମନ୍ଦିର ନିକଟ ବିଶ୍ରାମଗାର ରେ ବିତୁଛି ଜିବନ।ରୋଗାଗ୍ରସ୍ତ ହୋଇ କଷ୍ଟ ,ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ତାଙ୍କ ଚିକିତ୍ସା କରାଇବା ପାଇଁ ନିରୁପାୟ ହେଇ ସରକାରୀ ସ୍ତରରେ ବା କୋଣସି ବଦାନ୍ୟ ବ୍ୟକ୍ତି ଅପେକ୍ଷାରେ ଚାହିଁ ରହିଛି ଝିଅ । କିଛି ଦିନ ପୂର୍ବରୁ ମଞ୍ଜୁ କ୍ରମଶଃ ଦୁର୍ବଳ ସହ ଆଖି ମାସଂ ବଡିବାରୁ ଏହି ସମୟରେ ସାହିବାସୀଙ୍କ ସାହାଯ୍ୟ ରେ ଡାକ୍ତରଖାନା ନେଇ ଏ ସଂର୍ପକରେ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ମଞ୍ଜୁର ଚିକିତ୍ସା କ୍ଷେତ୍ରରେ କୌଣସି ସୁଫଳ ମିଳିପାରିନାହିଁ।ଭଞ୍ଜନଗର ଶଙ୍ଖସାହିର ଭୀମ ନାଇକ ଓ ତୁଳସା ନାଇକର ଝିଅ ମଞ୍ଜୁ  ବୟସ ୫୦ ହେବ। ଦୀର୍ଘ ବର୍ଷ ହେବ ଉଭୟ ବାପା ମାଙ୍କ ମୃତ୍ୟୁ ହୋଇଜାଇଥିବା ବେଳେ। ମଞ୍ଜୁ ସେହି ସାହିର ବାୟା ମାଧେଇକୁ ବିବାହ କରିଥିଲେ ବାୟା ମାନସିକ ବିକୃତିର ହୋଇଥିବା ବେଳେ ଗତ ୨୦ ବର୍ଷ ହେବ ସେ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଅର୍ଥ ଅଭାବରୁ ସାହି ବାସିନ୍ଦା ଚାନ୍ଦା କରି ବାୟାଙ୍କ ଶବ ସଂସ୍କାର କରିଥିଲେ ବୋଲି ସାହି ବାସିନ୍ଦା କହିଛନ୍ତି। ବାପା, ମା ଓ ସ୍ୱାମୀଙ୍କ ମୃତ୍ୟୁ ପରେ ଏକ ମାତ୍ର ଝିଅ କାବେରୀ କୁ ନେଇ ଜିବନ ଦେଖିବା ବେଳେ ପାଲ କୁଡିଆ ର ଘରେ କିଛି ଦିନ ରହୁଥିଲେ କିନ୍ତୁ ଫାଇଲିଙ୍ଗ୍ ରେ ସିଏବି ଜାଇଛି କିନ୍ତୁ ଘରପଟା ନଥିବାରୁ ସରକାରୀ ସହାୟତା ପାଇପାରି ନାହାନ୍ତି।ମା,ଝିଅ ଦୁହେଁ ଜରି ,ପଲଥିନ୍, କାଗଜ ଓ ଲୁହା ସଂଗ୍ରହ କରିବା ସହ ମନ୍ଦିର ରେ ଭିକ୍ଷାବୃତ୍ତି କରି ଉଭୟ ପେଟ ର ଭୋକକୁ ମେଣ୍ଟାଉ ଥିଲେ। ହେଲେ ମଞ୍ଜୁର ଆଖିରେ ମାଂସ ପିଣ୍ଡୁଳା ବଢିବାରୁ ଗରିବ ଶ୍ରେଣୀ ହୋଇଥିବାରୁ ପେଟ ଭୋକ ପାଇଁ ଆହାର ଜୋଗାଡ ଯାହଙ୍କ କଷ୍ଟ ସାଧ୍ୟ ପ୍ରାରମ୍ଭିକ ଚିକିତ୍ସା ଅଭାବରୁ ବଢିବାରେ ଲାଗିଛି ଆଖି ର ମାସଂ ପିଣ୍ଡୁଳା ସହ ଯନ୍ତ୍ରଣା।ଏବେ ସମ୍ପୂର୍ଣ୍ଣ ଭାବେ ନୁରୁପାୟ ହେଇ ବିଶ୍ରାମଗାରେ ପରିତ୍ୟକ୍ତ ଅବସ୍ଥାରେ ରହିଛନ୍ତି ମା ଝିଅ ଜଥା ସମ୍ଭବ ଏଥିପାଇଁ ପ୍ରଶାସନ ତରଫରୁ ଉଭୟ ମା ଝିଅଙ୍କୁ ଉଦ୍ଧାର କରି ସରକାରୀ ସହାୟତା ପ୍ରଦାନ କରିବା ସହ ଯଥା ଶୀଘ୍ର ମଞ୍ଜୁର ଚିକିତ୍ସା କରାଇବା କୁ ସ୍ଥାନୀୟ ଲୋକେ ବାଦି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ