ଆଖୁପ୍ରାପ୍ୟ ବାବଦକୁ ୨୯୦୦ ଜଣ ଚାଷୀଙ୍କୁ ୬କୋଟି ୩ଲକ୍ଷ ଟଙ୍କା ଦେଲା ସମବାୟ ଚିନିଶିଳ୍ପ ସମବାୟପ୍ରେମୀ ମହଲରେ ଆନନ୍ଦର ଲହରୀ

ଆସିକା, (ୱାଇଏନ୍‍ଏସ୍‍):ରାଜ୍ୟ ସରକାରଙ୍କ ଗ୍ୟାରେଣ୍ଟରରେ ଋଣ ନ ଆଣି ଆସିକା ସମବାୟ ଚିନିଶିଳ୍ପ ତାର ନିଜସ୍ୱ ପାଣ୍ଠିରୁ ଗଞ୍ଜାମ ଜିଲ୍ଲାର ୧୬ଟି ବ୍ଳକ ପରିସରଭୁକ୍ତ ଅଞ୍ଚଳର ୨୯୦୦ଜଣ ଆଖୁଚାଷୀଙ୍କୁ ଗତ ଜାନୁଆରୀ ୧୭ତାରିଖ ଠାରୁ ୩୧ତାରିଖ ପର୍ଯ୍ୟନ୍ତ ଆଖୁର ପ୍ରାପ୍ୟ ବାବଦକୁ ୬କୋଟି ୩ଲକ୍ଷ ୬୭ହଜାର ୬୦ ହଜାର ଟଙ୍କା ପ୍ରଦାନ ପାଇଁ ଚେକ୍‍ ବିଭିନ୍ନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ସାରିଥିବା ଯୋଗୁଁ ଆଖୁଚାଷୀଙ୍କ ମହଲରେ ଆନନ୍ଦର ଲହରୀ ଖେଳି ଯାଇଥିଲା ବେଳେ ଚିନିଶିଳ୍ପ କର୍ତ୍ତୃପକ୍ଷଙ୍କ ଏହି ଐତିହାସିକ ପଦକ୍ଷେପକୁ ସମବାୟପ୍ରେମୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଥିବା ଜଣାପଡିଛି । ଏ ସଂପର୍କରେ ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ରୂପେ ସୁଖ୍ୟାତି ଆର୍ଜନ କରି ଆସିଥିବା ଆସିକା ସମବାୟ ଚିନିଶିଳ୍ପ ବିଗତ କିଛିବର୍ଷ ତଳେ ପ୍ରତ୍ୟେକ ବର୍ଷ ଆଖୁପେଡା ଋତୁରେ ଆଖୁଚାଷୀଙ୍କ ପ୍ରାପ୍ୟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ଗ୍ୟାରେଣ୍ଟର୍ ଉପରେ ନିର୍ଭର କରୁଥିଲା । ସମବାୟ ଚିନିଶିଳ୍ପରୁ ଉତ୍ପାଦିତ ଚିନିକୁ ବନ୍ଧକ ରଖି ରାଜ୍ୟ ସରକାରଙ୍କ ଗ୍ୟାରେଣ୍ଟର୍‌ରେ ସମବାୟ ଚିନିଶିଳ୍ପ ବ୍ୟାଙ୍କରୁ କୃଷିଭିତ୍ତିକ ବ୍ୟବସାୟିକ ଋଣ ଆଣି ଆଖୁଚାଷୀ ମାନଙ୍କୁ ପ୍ରାପ୍ୟ ପ୍ରଦାନ କରୁଥିଲା । ଆସିକା ସମବାୟ ଚିନିଶିଳ୍ପର ୬୨ତମ ଆଖୁପେଡା ଋତୁ ଗତ ଜାନୁଆରୀ ମାସ ୧୭ତାରିଖରୁ ଆରମ୍ଭ ହୋଇଥିଲା ବେଳେ ଗଞ୍ଜାମ ଜିଲ୍ଲାର ୧୬ଟି ବ୍ଳକର ୧୯୯୨ଏକର ପରିମିତ ଜମିରେ ଆଖୁଚାଷ ହୋଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାର ୧୬ଟି ବ୍ଳକ ପରିସରଭୁକ୍ତ ଅଞ୍ଚଳର ବର୍ତ୍ତମାନ ସୁଦ୍ଧା ୨୯୦୦ଜଣ ଚାଷୀ ଆସିକା ସମବାୟ ଚିନିଶିଳ୍ପକୁ ଆଖୁ ଯୋଗାଇଥିଲା ବେଳେ ୧୬ହଜାର ୪୬୯.୫୭ ମେଟ୍ରିକ୍ ଟନ୍‌ର ଆଖୁ ବାବଦକୁ ପଞ୍ଜିକୃତ ଚାଷୀଙ୍କୁ ୬କୋଟି ୩ଲକ୍ଷ ୬୦ହଜାର ଟଙ୍କା ପ୍ରଦାନ ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଚେକ୍‍ ପଠାଯାଇଥିବା ଜଣାପଡିଛି । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ଦିଗ୍‍ଦର୍ଶନ ଓ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା, ସମବାୟ ଚିନିଶିଳ୍ପର ଭାରପ୍ରାପ୍ତ ସଂପାଦକ ଚିତ୍ତଚିନ୍ମୟ ରଂଜନ ନାୟକ, ଆଖୁ ପରିଚାଳକ ପ୍ରଶାନ୍ତ କୁମାର ପାଢୀଙ୍କ ସୁଚିନ୍ତିତ ଯୋଜନା ଓ ଆଖୁଚାଷୀ କଲ୍ୟାଣକାରୀ ପଦକ୍ଷେପ ଯୋଗୁଁ ଆଖୁପେଡା ଋତୁ ଆରମ୍ଭର କିଛି ଦିନ ପରେ ଚାଷୀଙ୍କୁ ସେମାନଙ୍କ ପ୍ରଥମ ୧୫ ଦିନର ଆଖୁ ଯୋଗାଣର ପ୍ରାପ୍ୟ ପ୍ରଦାନ କାର୍ଯ୍ୟ ଶେଷ ହୋଇଥିବା ଜଣାପଡିଛି । ଆଖୁପେଡା ଋତୁ ଆରମ୍ଭର ମାତ୍ର କିଛିଦିନ ମଧ୍ୟରେ ଆଖୁଚାଷୀମାନେ ସେମାନଙ୍କ ପ୍ରଥମ ୧୫ ଦିନର ପ୍ରାପ୍ୟ ପାଇସାରିଥିବାରୁ ସମବାୟପ୍ରେମୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଥିବା ଜଣାପଡିଛି । ଆସିକା ସମବାୟ ଚିନିଶିଳ୍ପର ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ସହ ଆଖୁଚାଷ ବହୁଳ ପ୍ରଚାର ଓ ପ୍ରସାର କରିବା ଏବଂ ଆଖୁଚାଷୀମାନେ ଆଖୁଚାଷ କରିବା ଲାଗି ଯେପରି ଆଗ୍ରହ ପ୍ରକାଶ କରିପାରିବେ ତାହାକୁ ଦୃଷ୍ଟିରେ ରଖି ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ପରାମର୍ଶ ଓ ସମବାୟ ଚିନିଶିଳ୍ପର ସଭାପତି ରବିନ୍ଦ୍ର ପଣ୍ଡା, ଭାରପ୍ରାପ୍ତ ସଂପାଦକ ଚିତ୍ତଚିନ୍ମୟ ରଂଜନ ନାୟକ, ଆଖୁ ପରିଚାଳକ ପ୍ରଶାନ୍ତ କୁମାର ପାଢୀଙ୍କ ସମେତ ବିଭାଗୀୟ ପଦାଧିକାରୀ ମାନେ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଇଛି । ଚଳିତ ବର୍ଷ ଆଖୁପେଡା ଋତୁ ଆରମ୍ଭରୁ ଆଖୁ ଯୋଗାଣ ଓ ଆଖୁପେଡା କାର୍ଯ୍ୟ ସୁରୁଖୁରୁରେ ଚାଲିଥିିଲା ବେଳେ ଦୈନିକ ପ୍ରାୟ ହାରାହାରି ୧୨ ଶହ ଟନ୍‍ ଆଖୁପେଡା ହେଉଥିବା ବେଳେ ମଙ୍ଗଳବାର ସକାଳ ସୁଦ୍ଧା ୨୦୮୫୯ ମେଟ୍ରିକ୍‍ ଟନ୍‍ ଆଖୁ ପେଡା ସରିଥିବା ଜଣାପଡିଛି । ଚଳିତ ବର୍ଷ ଆଖୁପେଡା ଋତୁ ଗତ ଜାନୁୟାରୀ ମାସ ୧୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଖୁଚାଷୀଙ୍କ ସ୍ୱାର୍ଥକୁ ସମବାୟ ଚିନିଶିଳ୍ପ ଅଧିକ ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଇଛି । ଆଖୁଚାଷର ବହୁଳ ପ୍ରସାର ଓ ଆଖୁଚାଷୀମାନଙ୍କ ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ଚିନିଶିଳ୍ପ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିସାରିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାର ଆସିକା, ଧରାକୋଟ, ଶେରଗଡ, ସାନଖେମୁଣ୍ଡି, ଦିଗପହଣ୍ଡି, ଭଂଜନଗର, ସୋରଡା, ବେଲଗୁଣ୍ଠା, ବୁଗୁଡା, ପୋଲସରା, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ଖଲିକୋଟ, ହିଞ୍ଜିଳିକାଟୁ, ବେଗୁନିଆପଡା, ଜଗନ୍ନାଥପ୍ରସାଦ ବ୍ଳକ ସମେତ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଓ ଚିଲିକା ଏବଂ ନୟାଗଡ ଜିଲ୍ଲାର ନୟାଗଡ, ଓଡଗାଁ, ରଣପୁର, ନୁଆଗାଁ ବ୍ଳକ ପରିସରଭୁକ୍ତ ୧୯୯୨ ଏକର ଜମିରେ ଚଳିତ ବର୍ଷ ଆଖୁଚାଷ ହେଉଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ