ଆଗଧାଡିର କୋରନା ଯୋଦ୍ଧାକୁ ସମ୍ବର୍ଦ୍ଧନା କଲା ବାଲିଗୁଡା ବିଜେପି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ମହାମାରୀ କୋରନା ର ମୁକାବିଲା ପାଇଁ ସାରା ଦେଶ ରେ ଲକ ଡାଉନ  ଚାଲିଛି l ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସରକାରୀ କର୍ମଚାରୀ ଏହି ରୋଗ କୁ ପ୍ରତିହତ କରିବା ପାଇଁ ଅହରହ ସଂଗ୍ରାମ ଜାରୀ ରଖିଛନ୍ତି l  ଏହି କୋରନା ଭାଇରସରୁ ସୁରକ୍ଷା ପାଇଁ ସରକାର, ବିଭିନ୍ନ ସଂଗଠନ, ସାଧାରଣ ଜନତା ସଚେତନତା କରିବାରେ ଲାଗିଛନ୍ତି l  କୋରନା ରୋଗ ରୁ ରକ୍ଷା ପାଇଁ ଘରେ ଘରେ ପ୍ରଥମେ ଆଶା କର୍ମୀ ପହଂଚି ଲୋକଙ୍କୁ ସଚେତନ ର ବାର୍ତ୍ତା ଦେବା କାର୍ଯ୍ୟ କରୁଛି l  ଏହି ପ୍ରରିପ୍ରେକ୍ଷୀ ରେ ବାଲିଗୁଡା ବିଜେପି ତରଫରୁ  କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ଙ୍କ ନେତୃତ୍ୱ ରେ ବାଲିଗୁଡା ଡାକ୍ତରଖାନା ପାର୍ଶ୍ୱ ରେ ବିଭିନ୍ନ ଗ୍ରାମାଂଚଳ ରେ କାର୍ଯ୍ୟରତ ଆଶାକର୍ମୀ ମାନଙ୍କୁ ସମ୍ବର୍ଦ୍ଧନା ସହିତ ମାନପତ୍ର  ଛତା, ମାକ୍ସ, ବିସ୍କୁଟ, ପାଣି ବୋତଲ   ପ୍ରଦାନ କରାଯାଇଛି l  ଗ୍ରାମାଞ୍ଚଳ ରେ କାର୍ଯ୍ୟରତ ଆଶାକର୍ମୀ ଙ୍କୁ ସମ୍ମାନିତ କରାଯାଇଥିବା ରୁ ଖୁସି ବ୍ୟକ୍ତ କରିଛନ୍ତି l ଏଥିରେ ଜିଲ୍ଲା ଯୁବ ମୋର୍ଚା ସଭାପତି ରଂଜିତ କୁମାର ସାହୁ, ମଣ୍ଡଳ ସଭାପତି  ଦିବାକର ସାହୁ, ସମ୍ପାଦକ ଆଦିକନ୍ଧ ପଟନାୟକ, ରାମାନନ୍ଦ ଘଡ଼ାଇ, ଅଭୟ ପାତ୍ର, ଅଜୟ ସାହୁ,  କୁନା ରଥ, ସୁରେନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି କୋରନା ଯୋଦ୍ଧା ଙ୍କୁ ସମ୍ମାନିତ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ