ଆଗରପଡାରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ପରାମର୍ଶ ଶିବିର
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଗରପଡାସ୍ଥିତ ପୁରୁଷଣ୍ଢ ପଞ୍ଚାୟତ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ବିପିଏମ୍ ବୀଣାପାଣି ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବିଡିଓ ରେବେକା ବିଲୁଙ୍ଗ ଯୋଗ ଦେଇ ଗ୍ରାମାଞ୍ଚଳର ଅଣନିଯୁକ୍ତ ବେକାର ଯୁବକ ଯୁବତୀ ମାନେ ଏହି ଯୋଜନା ମାଧ୍ୟମରେ ତାଲିମ ନେଇ ନିଯୁକ୍ତି ସୁଯୋଗ ପାଇବା ସହିତ ଆତ୍ମନିର୍ଭରଶୀଳ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏପିଡି ରୂପାଲୀ ମହାପାତ୍ର, ଜିଲା ସଂଯୋଜକ(ସ୍କିଲ୍) ସୁନୀଲ କୁମାର ନାୟକ, ବିଟିପୁର ସରପଞ୍ଚ ସତ୍ୟବାନ ଦାସ, ପୁରୁଷଣ୍ଢ ସରପଞ୍ଚ ପ୍ରତିନିଧି କାର୍ତ୍ତିକ ଜେନା, ବିଏଲସି ରଶ୍ମିତା ପଣ୍ଡା, ସ୍ମିତା ପାଣିଗ୍ରାହୀ, ବନଜ ଦତ୍ତ ଯୋଗ ଦେଇଥିଲେ । ଶିବିରରେ ଏମବିକେ ଉର୍ମିଳା ଦାଶ, ରଶ୍ମିତା ଜେନା, ବିଦୁରିକା ଶୁକ୍ଳ, ରଶ୍ମିତା ସେଠୀ, ତୁଳସୀ ମଲ୍ଲିକ ପରିଚାଳାନାରେ ସହଯୋଗ କରିଥିଲେ । ଏହି ଶିବିରରେ ୭୫ ଜଣ ବେକାର ଯୁବକ ଯୁବତୀ ବିଭିନ୍ନ ବିଭାଗରେ ତାଲିମ ନେବା ପାଇଁ ମନୋନୀତ ହୋଇଥିଲେ ।