ଆଗରପଡାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ଭଦ୍ରକ ଜିଲା ପୋଲିସ କାର୍ଯ୍ୟାଳୟ ଆଦେଶ ସଂଖ୍ୟା ନଂ.୧୦୦୧/ତା-୨୭-୬-୨୨ ଅନୁଯାୟୀ ଆଗରପଡା ଥାନାର ନୂତନ ଥାନାଧିକାରୀ ଭାବେ ମୋନାଲିସା କର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏଥିପୂର୍ବରୁ ସେ ଭଦ୍ରକ ଜିଲା ପୋଲିସ ମୁଖ୍ୟାଳୟ, ଭଦ୍ରକ ସଦର ଥାନାର ଅତିରିକ୍ତ ଥାନା ଭାରପ୍ରାପ୍ତ ଅଧିକାରିଣୀ, ମେରାଇନ୍ ଥାନା, ଆଗରପଡା ଥାନା ଅଧିକାରିଣୀ ଭାବେ ସଫଳତାର ସହିତ କାର୍ଯ୍ୟ ସଂପାଦନ କରି ବାଲେଶ୍ୱରକୁ ବଦଳି ହୋଇଯାଇଥିଲେ । ବାଲେଶ୍ୱରରେ ଜିଲା ପୋଲିସ ମୁଖ୍ୟାଳୟ, ବାଲେଶ୍ୱର ଟ୍ରାଫିକ୍ ଥାନାର ଥାନାଧିକାରିଣୀ ଭାବେ ଦକ୍ଷତାର ସହିତ କାର୍ଯ୍ୟ ସଂପାଦନ କରିଥିଲେ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେ ଭଦ୍ରକ ଜିଲାକୁ ବଦଳି ହୋଇ ଜିଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଥିଲେ । ଜିଲା ପୋଲିସ ପକ୍ଷରୁ ଜୁନ୍ ୨୭ରେ ୬ ଜଣ ଇନ୍ସପେକ୍ଟର, ୧୨ ଜଣ ସବ୍‌ଇନ୍ସପେକ୍ଟରଙ୍କ ବଦଳି ଆଦେଶ ପ୍ରକାଶ ପାଇଛି । ଏହି ବଦଳି ଆଦେଶରେ ଆଗରପଡା ଥାନାଧିକାରିଣୀ ଭାବେ କାର୍ଯ୍ୟରତ ଥିବା ସୁକାନ୍ତି କେରେଇଙ୍କୁ ଧୁଷୁରୀ ଥାନାକୁ ବଦଳି ହୋଇଥିବା ବେଳେ ମୋନାଲିସା କରଙ୍କୁ ଆଗରପଡା ଥାନାଧିକାରିଣୀ ଭାବେ ନିଯୁକ୍ତି ଦିଆଯାଇଛି । କାର୍ଯ୍ୟରେ ଯୋଗଦେବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫ଟି ଆଧାରରେ ଲୋକମାନଙ୍କୁ ବନ୍ଧୁତ୍ୱପୂର୍ଣ୍ଣ ସେବା ଯୋଗାଇ ଦେବା ସହିତ ଥାନା ଅଞ୍ଚଳରେ ଆଇନ ଶୃଂଖଳା ରକ୍ଷା ଓ ଅପରାଧ ରୋକିବାକୁ କଡା ଆଭିମୁଖ୍ୟ ଗ୍ରହଣ କରିବେ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ