ଆଗରପଡା ଅଞ୍ଚଳରେ ୨୨ ପଜେଟିଭ୍ ଚିହ୍ନଟ: ୭ ଦିନ ପାଇଁ କାଣ୍ଡବା ଗ୍ରାମ ସଟ୍‌ଡାଉନ୍‌

ବନ୍ତ, (ଚାନ୍ଦିନୀ ମହାନ୍ତି) : ଶନିବାର ବନ୍ତ ବ୍ଲକ ଆଗରପଡା ଅଞ୍ଚଳରେ ୨୨ ଜଣ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ସଂପୃକ୍ତ ଗ୍ରାମକୁ ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ପ୍ରକାଶ ଯେ, ଗତ ୩ ଦିନ ତଳେ ଜଣେ ଫାଇନାନ୍ସ କମ୍ପାନୀ କର୍ମଚାରୀ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଶନିବାର ଆଉ ୨୧ ଜଣ ପଜେଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ସମ୍ପୃକ୍ତ ଫାଇନାନ୍ସ କମ୍ପାନୀ କର୍ମଚାରୀ ଜଣକ କାଣ୍ଡବା ଗ୍ରାମ ହୋଇଥିବାରୁ ଏଠାରେ ପ୍ରାୟତଃ ଲକ୍ଷଣ ଥିବା ୨୯ ଜଣ ବ୍ୟକ୍ତିଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୨୨ ଜଣଙ୍କର ପଜେଟିଭ୍ ବାହାରିଛି । ଏହା ମଧ୍ୟରେ ଜଣେ ଆଶାକର୍ମୀ ଥିବା ଜଣାଯାଇଛି । ସମସ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ୍ ହସପିଟାଲକୁ ନେବାର ବ୍ୟବସ୍ଥା କରାଯାଇଛି । ଗୋଷ୍ଠୀ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ସରପଞ୍ଚ ଅଶୋକ ଦାସ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କାଣ୍ଡବା ଗ୍ରାମକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ