ଆଗରପଡା ପରିଦର୍ଶନରେ ବିଧାୟକ ପ୍ରତିନିଧି
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଗରପଡା ଅଞ୍ଚଳକୁ ଭଣ୍ଡାରିପୋଖରୀ ବିଧାୟକ ପ୍ରତିନିଧି ତଥା ରାଜ୍ୟ ବିଜେଡି ସଂପାଦକ ଇଂ.ପ୍ରୟାସକାନ୍ତି ସାମଲ ପରିଦର୍ଶନରେ ଆସି ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରିବା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆଗରପଡା ଅଞ୍ଚଳର ଚାଷୀ ମାନେ କିପରି ସରକାରୀ ମଣ୍ଡିରେ ସୁବିଧାରେ ଧାନ ବିକ୍ରି କରିପାରିବେ ସେନେଇ ତଦାରଖ କରିଥିଲେ । ପୁରୁଷଣ୍ଢ ସେବା ସମବାୟ ସମିତିର ଏକ ବୈଠକରେ ଯୋଗ ଦେଇ ମଣ୍ଡିରେ ଧାନ କ୍ରୟ ସଂପର୍କରେ ସମୀକ୍ଷା କରିଥିଲେ । ବୈଠକରେ ସମିତିର ପୂର୍ବତନ ସଭାପତି ନାରାୟଣ ଚନ୍ଦ୍ର ଉଦ୍ଗାତା, ଜିଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ବୋର୍ଡ ସଭ୍ୟ ଗୋବିନ୍ଦ ଶତପଥି, ରବିନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ । । ସେହିପରି ଅଣିଜୋ, ଚାରିଗାଁ ପଞ୍ଚାୟତ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ସମୀକ୍ଷା ବେଳେ ବ୍ଳକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ଅଣିଜୋ ପଞ୍ଚାୟତ ବିଜେଡି ସଭାପତି ପରମେଶ୍ୱର ରାଉତ, କରୁଣାକର ଦାସ, ନୃସିଂହ ପଣ୍ଡା, ପୂର୍ବତନ ସରପଞ୍ଚ ଲିଙ୍ଗରାଜ ତ୍ରିପାଠୀ, ଚାରିଗାଁ ପଞ୍ଚାୟତ ବିଜେଡି ସଭାପତି ପର୍ଶୁରାମ ପାଣିଗ୍ରାହୀ, କୃଷ୍ଣ ଚନ୍ଦ୍ର ସାହୁ, ତପନ କର ଉପସ୍ଥିତ ଥିଲେ ।


