ଆଗରପଡ଼ାରେ ଦିବ୍ୟଦୀପ ଓ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଗରପଡାସ୍ଥିତ ଇଲେଭେନ ଷ୍ଟାର କ୍ଲବ ପରିସରରେ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସଙ୍ଗଠନ ଆମ ପରିବାରର ଦିବ୍ୟଦୀପ ଓ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆମ ପରିବାରର ସଭାପତି ହେମନ୍ତ ସିଂହଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଶତାୟୁ ପୁରୁଷ କୈଳାସ ଚନ୍ଦ୍ର ବଳ ଉଦ୍ଘାଟନ କରିଥିଲେ । ଏଥିରେ ବାଲେଶ୍ୱରର ପୂଜ୍ୟପାଦ ଜଗନ୍ନାଥ ଦାସ ମହାରାଜ, ବିଶିଷ୍ଠ କଣ୍ଠଶିଳ୍ପୀ ନରେନ୍ଦ୍ର କୁମାର, ୩ୟଲିଙ୍ଗୀ ଯାଜପୁର ସଭାନେତ୍ରୀ କାଜଲ ନାୟକ, ସମାଜସେବିକା ମମତା ମହାନ୍ତି, ଆଇନଜୀବି ମନୋଜ କୁମାର ରାୟ, କବୟିତ୍ରୀ ଅନ୍ନପୂର୍ଣ୍ଣା ଦାଶ, ପ୍ରଧାନଶିକ୍ଷକ ପ୍ରଭାସ ରଞ୍ଜନ ନାୟକ, ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ କୈଳାସ ଚନ୍ଦ୍ର ଧଳ, ଡ଼ଃ ଅଜୟ ନାୟକ, ଓଡ଼ିଶୀ ନୃତ୍ୟଶିଳ୍ପୀ ଶୁଭେନ୍ଦୁ ଲେଙ୍କା, ସମାଜସେବୀ ଅଶୋକ କୁମାର କବି, ସନ୍ତୋଷ କର, ଡ଼ମ୍ଭରୁଧର ମଲ୍ଲିକ, ତପନ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ସଙ୍ଗୀତ ଓ ସ୍ୱର ସଂଯୋଜନାରେ ଦିବ୍ୟଦୀପ କ୍ୟାସେଟକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ନୃତ୍ୟଶିଳ୍ପୀ ଶୁଭେନ୍ଦୁ ଲେଙ୍କାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୃତ୍ୟଶିଳ୍ପୀ ସୁଇଟସ୍ୱପ୍ନା, କ୍ଷୀରାବ୍ଦୀ ତନୟା ପଣ୍ଡା, ଲକ୍ଷ୍ମୀପ୍ରିୟା ଦାସ, ବନ୍ଦନା ପ୍ରିୟଦର୍ଶନୀ ଜେନା, ଅତସି ବାରିକ, ସୃତିସୌଜନ୍ୟା ପୁହାଣ ପ୍ରମୁଖଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଗାୟକ ନରେନ୍ଦ୍ର କୁମାର ଭଜନ ପରିବେଷଣ କରିଥିଲେ । କୈଳାସ ଚନ୍ଦ୍ର ଧଳ, ସୁବାଶ ଚନ୍ଦ୍ର ଦାଶ ଓ ଶ୍ରଦ୍ଧାଞ୍ଜଳି ସାହୁଙ୍କ ସଂଯୋଜନାରେ ସଂଚାର କଳାକେନ୍ଦ୍ରର ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ମଞ୍ଚ ପରିଚାଳନାରେ ନାରାୟଣ ଚନ୍ଦ୍ର ଲେଙ୍କା, ରମାକାନ୍ତ ଜେନା, ସୁବୋଧ କୁମାର ସାହୁ, ଇଂ ଅମୀୟରଞ୍ଜନ ରାମ, ଅଲେଖ ଚନ୍ଦ୍ର ବେହେରା ଅଂଶ ଗ୍ରହଣ କରିଥିବା ବେଳେ ସୁବାଶ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଦ୍ୟୁମ୍ନ ପୁହାଣ, ବିଶ୍ୱରଞ୍ଜନ ପଣ୍ଡା, ଗୋପିନାଥ ପାଢୀ, ଗୋପାଳକୃଷ୍ଣ ଦାଶ, ସୁବାସ ସାହୁ, ଚିତ୍ତରଞ୍ଜନ ଦାସ, ପୂର୍ଣ୍ଣୀମା ପୃଷ୍ଟି, ଶ୍ରଦ୍ଧାଞ୍ଜଳୀ ସାହୁ, ଚଞ୍ଚଳା ସାହୁ, ଅମିତାବାଳା ନାୟକ, ଲକ୍ଷ୍ମୀପ୍ରିୟା ମହାପାତ୍ର, ସୁରେଶ ପରିଡ଼ା ସହଯୋଗ କରିଥିଲେ ।


