ଆଗାମୀ ନିର୍ବାଚନ କୁ ଦୃଷ୍ଟିରେ ରଖି ବିଜେପି ର ବିଗୁଲ୍ ବାଜିଲା ;ଛତ୍ରପୁର ଠାରେ ବିଜେପିର କର୍ମୀ ସମ୍ମିଳନୀ
ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ଏନଏସି ରେ ଭାରତୀୟ ଜନତା ପାର୍ଟିକୁ ତୃଣମୂଳ ସ୍ତରରେ ସଦୃଢ କରିବା ପାଇଁ ବିଜେପିର ଆଗ ଧାଡିର ନେତା ମାନେ ଅଂଟା ଭିଡିଥିବା ଦେଖିବାକୁ ମିଳିଛି । ସମସ୍ତ ବାଦ ବିବାଦକୁ ପଛରେ ପକାଇ ଛତ୍ରପୁର ଏନଏସି ର ବିଜେପି ନେତା ମାନେ ଏକତ୍ରିତ ହୋଇ ଆସନ୍ତା ସହରାଂଚଳ ନିର୍ବାଚନ ରେ ଶାସକ ଦଳକୁ ଟାର୍ଗେଟ କରିଛନ୍ତି । ଛତ୍ରପୁର ସହରରେ ଦଳୀୟ ଏନଏସି ଅଧ୍ୟକ୍ଷ ପଦ ହାତେଇବା ପାଇଁ ରଣ କୌଶଳ ଆରମ୍ଭ କରାଯାଇଛି । ଏନେଇ ଛତ୍ରପୁର ସହରର ପୁରୁଖା ନେତା ଓ କର୍ମୀ ମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ପୁତି ଗୋପାଳପୁର ସ୍ଥିତ ଆର୍ଶିବାଦ ରେସିଡନ୍ସି ପରିସରରେ ଥିବା କଲ୍ୟାଣ ମଣ୍ଡପ ଠାରେ ଛତ୍ରପୁର ନଗର ମଣ୍ଡଳ ସଭାପତି ସଂଜିତ୍ କୁମାର ରାଉଳଙ୍କ ସଭାପତିତ୍ୱରେ ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର,ଛତ୍ରପୁର ନିର୍ବାଚନ ମଣ୍ଡଳୀର ଆବାହକ ତଥା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ପ୍ରଶାନ୍ତ କୁମାର କର ଯୋଗ ଦେଇ କର୍ମୀମାନଙ୍କୁ ଆଗାମୀ ଏନଏସି ନିର୍ବାଚନରେ ସଫଳତା ହାସଲ କରିବା ନିମନ୍ତେ ଗୁରୁମନ୍ତ୍ର ଦେଇଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକ ଲୋକଙ୍କ ପାଖରେ କିପରି ପହଂଚାଇଯାଇପାରିବ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇଥିବାରୁ ବିଜେପି ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି କର୍ମୀ ସମ୍ମିଳନୀରେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ,ପୂର୍ବତନ ମଣ୍ଡଳ ସଭାପତି ତଥା ଆଇନଯିବୀ ପ୍ରଦୀପ କୁମାର ପାଢୀ, ମଣ୍ଡଳ ପ୍ରଭାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା,କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ,ଭିକାରୀପଲ୍ଲୀ ମଣ୍ଡଳ ସଭାପତି ପଦ୍ମ ଚରଣ ପରିଡା,ଯୁବ ଆଇନଯିବୀ ବ୍ରଜମୋହନ ଆଚାର୍ଯ୍ୟ, ପି.ଧରମା ରେଡ୍ଡି,ମନୋଜ କୁମାର ବେହେରା, ନରସିଂହ ପାଢୀ,ପୂର୍ବତନ ଉପନଗରପାଳ ବସନ୍ତ କୁମାର ବେହେରା, ବିଜୟ ଆଚାରୀ,ଶଙ୍କର ରେଡ୍ଡି,ଛତ୍ରପୁର ଏନଏସି ମଣ୍ଡଳ ସାଧାରଣ ସଂପାଦକ ଡି.ସୁରେଶ ରେଡ୍ଡି,ଅମରେଶ ମହାରଣା,ରାଜେନ୍ଦ୍ର ପଲାଇ,ବ୍ରହ୍ମାନନ୍ଦ ପଣ୍ଡା.ପି.ତ୍ରିପତି ରାଓ ଏବଂ ଭାରତୀୟ ମଜଦୁର ସଂଘର ବୃନ୍ଦାବନ ବେହେରାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀମାନେ ଯୋଗ ଦେଇଥିଲେ ।


