ଆଗାମୀ ପଞ୍ଚାୟତ ନିର୍ବାଚନ ନେଇ ବିଜପିର ସାଂଗଠନିକ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) : ଭାରତ ମାତଙ୍କ ବନ୍ଦନା, ଦୀପ ପ୍ରଜ୍ବଳନ ଓ ସାମୁହିକ ବନ୍ଦେ ମାତରମ ଗାନ ପରେ ଆନୁଷ୍ଠାନିକ ଭାବେ ବୈଠକ ଆରମ୍ଭ ହୋଇଥିଲା। ଜିଲ୍ଲା ଉପସଭାପତି ଗଙ୍ଗାଧର ମିଶ୍ର ମଞ୍ଚ ଆହ୍ବାନ କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଇଶ୍ବର ଚନ୍ଦ୍ର ବେହେରା ଅତିଥି ପରିଚୟ କରାଇଥିଲେ। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ତାଙ୍କ ସ୍ବାଗତ ଭାଷଣରେ ଉପସ୍ଥିତ ପଦାଧିକାରୀଙ୍କୁ ଆଗାମୀ ନିର୍ବାଚନ ପ୍ରସ୍ତୁତି ଓ କରଣୀୟ କାର୍ଯ୍ୟ ବିଷୟରେ ବିଷଦ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଭାବରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କାର୍ଯ୍ଯକର୍ତ୍ତାଙ୍କୁ ନିର୍ବାଚନ ରଣନୀତି ବିଶେଷ କରି ଭୋଟର ତାଲିକା ସଂଶୋଧନ ସମୟରେ ସଜାଗ ରହିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। ଜଳେଶ୍ବର ନିର୍ବାଚନ ମଣ୍ଡଳୀର ଚାରୋଟି ମଣ୍ଡଳରେ ସାଂଗଠନିକ କାର୍ଯ୍ୟର ଅଭିବୃଦ୍ଧି ନିମନ୍ତେ ଚାରିଜଣ କାର୍ଯ୍ଯକାରୀ ସଭାପତିଙ୍କ ନାମ ଜିଲ୍ଲା ସଭାପତିଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଘୋଷଣା କରିଛନ୍ତି। ରାଇବଣିଆ ମଣ୍ଡଳ ପାଇଁ ତରୁଣ ପଟ୍ଟନାୟକ, ସୁବର୍ଣ୍ଣରେଖା ମଣ୍ଡଳ ପାଇଁ ସୁଧିର କୁମାର ଓଝା, ସ୍ବପ୍ନେଶ୍ବର ମଣ୍ଡଳ ପାଇଁ ଇଂ ତନ୍ମୟ କୁମାର ଚାନ୍ଦ ଓ ପଶ୍ଚିମବାଡ଼ ମଣ୍ଡଳ ପାଇଁ ପ୍ରଦୀପ ମହାନ୍ତିଙ୍କୁ ଏହି ଦାଇତ୍ଵ କରାଯାଇଛି। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ରାଜ୍ୟ କାର୍ଯ୍ଯକାରୀଣୀ ସଦସ୍ୟ ଶୋଭନା ମହାନ୍ତି, ଶୁଭଙ୍କର ମହାପାତ୍ର ଓ ପର୍ଶୁରାମ ବେହେରା, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ପୁର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ଭୋଗରାଇ ବିଧାୟକ ପାର୍ଥୀ ଅଂଶୁମାନ ମହାନ୍ତି, ସୋର ବିଧାୟକ ପାର୍ଥୀ ରାକେଶ ମଲ୍ଲିକ, ସଦର ବିଧାୟକ ପାର୍ଥୀ ମାନସ କୁମାର ଦତ୍ତ ମଞ୍ଚାସିନ ଥିଲେ। ଶେଷରେ ଅନ୍ଯତମ ସାଧାରଣ ସମ୍ପାଦକ ସୁନିଲ କର ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ସମସ୍ତ ମଣ୍ଡଳ ସଭାପତି, ପ୍ରଭାରୀ, ଜିଲ୍ଲା ପଦାଧିକାରୀଙ୍କ ସମେତ ସମସ୍ତ ମୋର୍ଚ୍ଚା ଓ ସେଲର ମୁଖ୍ୟ ବୈଠକରେ ଅଂଶଗ୍ରହଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ