ଆଗାମୀ ରାଜ୍ୟ ବଜେଟ୍ ବାଲେଶ୍ୱର ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ପ୍ରସ୍ତାବ

ବାଲେଶ୍ୱର, ,(ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟ ସରକାର ଚଳିତବର୍ଷର ବଜେଟ୍ ବାଲେଶ୍ୱର ଜିଲ୍ଲାର କୃଷି, ଜଳସେଚନ, ନିଯୁକ୍ତି, ସ୍ୱାସ୍ଥ୍ୟ, ଗମନାଗମନ ଓ ଶ୍ରମିକ ସମସ୍ୟା ପ୍ରଭୃତି ଉପରେ ପ୍ରସ୍ତାବିତ ବଜେଟ୍ରେ ଗୁରୁତ୍ୱ ଦେବାକୁ ଗୁରୁବାର ଅପରାହ୍ନରେ ବାଲେଶ୍ୱର ପ୍ରଗତିଶୀଳ ବୁଦ୍ଧିଜୀବି, ସାମାଜିକ କର୍ମୀ, କୃଷକ ଓ ଶ୍ରମିକ ପ୍ରତିନିଧି, ଆଇନ୍ଜୀବି ଓ ସାହିତ୍ୟିକମାନଙ୍କ ଆଲୋଚନା ଚକ୍ରରେ ପ୍ରସ୍ତାବ ଗୃହୀତ ହୋଇଛି । ଏହି ଆଲୋଚନାଚକ୍ରରେ ପ୍ରେମରଂଜନ ପାତ୍ର ଅଧ୍ୟକ୍ଷତା କରିଥିଲେ । ଶିଶିର ହୁଇ ବାଲେଶ୍ୱର ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ବାଲେଶ୍ୱର ଜିଲ୍ଲାର ସମସ୍ତ ବ୍ଲକ୍ରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ବାଙ୍କତିରା ଓ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ କରିବା, କୃଷକମାନଙ୍କ ଋଣଛାଡ଼ କରିବା, କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା, ପାଣି ପଞ୍ଚାୟତ ଯୋଜନାର ବିଫଳତା ପରେ ରାଜ୍ୟ ସରକାର ସମସ୍ତ ଜଳସେଚନ ପ୍ରକଳ୍ପ ଚଳାଇବା, ଫକୀରମୋହନ ସରକାରୀ ମେଡିକାଲ୍ କଲେଜ୍ ଓ ସମସ୍ତ ସରକାରୀ ହସପିଟାଲରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ପଦବୀ ପୂରଣ କରିବା, ଭାଗଚାଷୀମାନଙ୍କୁ ସଠିକ୍ ଚିହ୍ନଟ କରିବା, କୋଷ୍ଟ୍ କେନାଲ୍ ଓ ସମସ୍ତ ସରକାରୀ ପୁଷ୍କରିଣୀର ପୁନଃଉଦ୍ଧାର କରିବା, ବାଲେଶ୍ୱରରେ ପ୍ରସ୍ତାବିତ ନୂତନ ବସ୍ଷ୍ଟାଣ୍ଡ୍କୁ କାର୍ଯ୍ୟକ୍ଷମ କରି ବର୍ତ୍ତମାନର ବସ୍ଷ୍ଟାଣ୍ଡ୍କୁ ଟାଉନ୍ବସ୍ ଷ୍ଟାଣ୍ଡ୍ କରିବା, ପରିବହନ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା, ବାଲେଶ୍ୱର ଯୁଗ୍ମ ଶ୍ରମ କମିଶନର ଓ ଶ୍ରମ ଅଦାଲତ ପ୍ରତିଷ୍ଠା କରିବା, ବର୍ଷସାରା ଧାନ ବିକ୍ରି ପାଇଁ ମଣ୍ଡି ଖୋଲା ରଖିବା, କୃଷକ ଓ ଶ୍ରମିକମାନଙ୍କୁ ମାସିକ ୫ହଜାର ଟଙ୍କା ପେନ୍ସନ୍, ବାର୍ଦ୍ଧକ୍ୟଭତ୍ତା ମାସିକ ୩ ହଜାର ଟଙ୍କା, ସମସ୍ତ ସ୍କୁଲ୍ କଲେଜ୍ରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି, ସରକାରୀ ସଂସ୍ଥାର ସ୍ଥାୟୀ କାମରେ ସ୍ଥାୟୀ ନିଯୁକ୍ତି, ଜିଲ୍ଲାରେ ଖାଲିଥିବା ସମସ୍ତ ସରକାରୀ ପଦପଦବୀ ପୂରଣ କରିବା ଓ ଐତିହ୍ୟ ଏବଂ ପର୍ଯ୍ୟଟନ ସ୍ଥଳୀର ବିକାଶ ପ୍ରଭୃତି ଦାବି ଉପରେ ରାଜ୍ୟସରକାର ଆଗାମୀ ବଜେଟ୍ରେ ଅର୍ଥବରାଦ ପାଇଁ ପ୍ରସ୍ତାବ ଗୃହୀତ ହୋଇଛି । ଏ ସଂପର୍କରେ ଆସନ୍ତା ୧୭ ତାରିଖ ଦିନ ସମସ୍ତ ପ୍ରସ୍ତାବଗୁଡ଼ିକ ଉପରେ ପୁନଶ୍ଚ ବିଶଦ ଆଲୋଚନା ହୋଇ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଏହା ପ୍ରଦାନ କରାଯିବ । ଏହି ଆଲୋଚନାଚକ୍ରରେ ବରିଷ୍ଠ ଆଇନଜୀବି ଶମ୍ଭୁନାଥ ମହାନ୍ତି, ନିର୍ମଳ ଚନ୍ଦ୍ର ନାୟକ, ଭାଗବତ ପ୍ରତିହାରୀ, ଦୀପକ ଦାସ, ପଞ୍ଚାନନ ପରିଡ଼ା, ଡଃ ହୃଷିକେଶ ସାହୁ, ନିରଞ୍ଜନ ପରିଡ଼ା, ଅରୁଣ ଜେନା, ରାଜକିଶୋର ଲେଙ୍କା, ସନ୍ଧ୍ୟା ଦାସମଜୁମଦାର, ବନ୍ଦନା ବିଶ୍ୱାସ, ବାଞ୍ଛାନିଧି ଦାସ ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ଶ୍ୟାମସୁନ୍ଦର ଜେନା ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ