ଆଗାମୀ ଶୀତରେ ପୁଣି କାୟା ମେଲାଇପାରେ କୋରୋନା

ବେଜିଂ: ବିଶ୍ୱରେ ୧.୩୫ ଲକ୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ଜୀବନ ନେଇ ସାରିଥିବା ମହାମାରୀ କୋରୋନା ଭାଇରସ୍ ସଂକ୍ରମଣ ଆଗାମୀ ଏକ କିମ୍ବା ଦୁଇ ମାସ ମଧ୍ୟରେ ମନ୍ଥର ହୋଇ ଯାଇପାରେ। କିନ୍ତୁ ନଭେମ୍ବର ମାସ ବେଳକୁ ପୁଣି ଥରେ ଏହି ମାରାତ୍ମକ ମହାମାରୀର ବିନାଶ ସାରା ବିଶ୍ୱରେ ଦେଖିବାକୁ ମିଳିପାରେ। ଚୀନର ଜଣେ ବରିଷ୍ଠ ଚିକିତ୍ସାବିତ ଏପରି ଚେତାବନୀ ଦେଇଛନ୍ତି। ତିନିମାସ ଧରି ଚାଲିଥିବା କୋରୋନା ବିରୋଧୀ ଯୁଦ୍ଧ ପରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିକୁ ପୁନଃ ପ୍ରାପ୍ତ କରିବାକୁ ଉଦ୍ୟମ ଚାଲିଛି। ଶାଂଘାଇରେ କୋଭିଡ -୧୯ ମେଡିକାଲ ବିଶେଷଜ୍ଞ ଦଳର ନେତୃତ୍ୱ ନେଉଥିବା ୱାଙ୍ଗ ବେନହାଙ୍ଗଙ୍କ ମତରେ ସମସ୍ତ ଦେଶକୁ ବାରମ୍ବାର ଏପରି ଜୀବାଣୁ ବିସ୍ତାର ହେବା ଦିଗରେ ଦୀର୍ଘ ସମୟ ପାଇଁ ଏକ ନମନୀୟ ଉପାୟ ଅବଲମ୍ବନ କରିବାକୁ ପଡ଼ିବ। ଯଦିଓ ୱାଙ୍ଗ ବେନହାଙ୍ଗ ଆଶା କରିଛନ୍ତି ଯେ ଶୀତ ଆସିବା ପୂର୍ବରୁ ପୃଥିବୀର ବିଭିନ୍ନ ଦେଶ ମହାମାରୀକୁ ହୁଏତ ନିୟନ୍ତ୍ରଣ କରିପାରନ୍ତି, କିନ୍ତୁ ଏହା ସହ ସେ ଚେତାବନୀ ଦେଇଛନ୍ତି ଯେ ଚୀନ ସମେତ ବିଶ୍ଵର ଅନେକ ରାଷ୍ଟ୍ର ଶୀତୠତୁ ବେଳକୁ କୋରୋନା ଭାଇରସର ଦ୍ବିତୀୟ ସଂକ୍ରମଣର ସମ୍ମୁଖୀନ ହୋଇପାରନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ