ଆଗ୍ନିକଙ୍କ ଅକାଳ ବିୟୋଗ 

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଥିବା ଆଗ୍ନିକ (୮୧୮) ଭାଗବତ ପ୍ରସାଦ ନାୟକ(୫୮)ଙ୍କ ଅକାଳ ବିୟୋଗ ଘଟିଛି । ସେ ଗତ କିଛିଦିନ ହେବ ଅସୁସ୍ଥ ହୋଇ ପଡିଥିବାବେଳେ ଗତକାଲି ତାଙ୍କୁ କଟକ ହାଇଟେକ ମେଡିକାଲକୁ ନିଆଯାଇ ଚିକିତ୍ସା କରାଯାଉଥିବାବେଳେ ଆଜି ତାଙ୍କର ପରଲୋକ ଘଟିଥିଲା । ଆଜି ଅପରାହ୍ନରେ ତାଙ୍କ ମରଶରୀର ହାଟଡିହି ଅଗ୍ନିଶମ ବିଭାଗ କାର୍ଯ୍ୟଳୟରେ ପହଞ୍ଚିବାପରେ ଷ୍ଟେସନ ଅଫିସର ସୁର୍ଯ୍ୟମଣୀ ନାୟକ, ସୁରେଶ କୁମାର ଜେନା, କପିଳାଶ ନାୟକ, ଦିପକ କୁମାର ନାୟକ, ସୁଶାନ୍ତ କୁମାର ନାୟକ, ଆଗ୍ନିକ ଭାବଗ୍ରାହୀ ବେହେରା, ମାନରଞ୍ଜନ ସାହୁ, ଜ୍ୟୋତି ପ୍ରକାଶ ଭୋଇ, ରାକେଶ ସେନାପତି, ସତ୍ୟବ୍ରତ ବାରିକ ପ୍ରମୁଖ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କୁ ଶେଷ ସଲାମୀ ଜଣାଇଥିଲେ ।  ପରେ ତାଙ୍କ ମରଶରୀରକୁ ତାଙ୍କ ନତଜ ଗାଁ ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଜରକି ଗ୍ରାମକୁ ନିଆଯାଇଛି । ଶେଠାରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯିବ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ