ଆଗ୍ନେୟଗିରିରୁ ପତିଙ୍କୁ ଉଦ୍ଧାରକଲେ ନବ ବିବାହିତା ପତ୍ନୀ

ଆମେରିକୀୟ ନବ ବିବାହିତ ଦମ୍ପତି କ୍ଲେ ଏବଂ ଏକାଇମିଙ୍କ ହନିମୁନ୍ ଯଦିଓ ଭଲ ଯାଇନାହିଁ, ମାତ୍ର ସ୍ୱାମୀକୁ ବଞ୍ଚାଇବା ପାଇଁ ଜଣେ ସ୍ତ୍ରୀଙ୍କ ପ୍ରଚେଷ୍ଟା ପୂରା ବିଶ୍ୱରେ ଚର୍ଚ୍ଚା ପାଲଟିିଛି । ନବ ବିବାହିତ ଦମ୍ପତି କ୍ଲେ ଏବଂ ତାଙ୍କ ପତ୍ନୀ ଏକାଇମି ନିଜର ହନିମୁନ୍ କାଟିବା ପାଇଁ ଡୋର୍ମାଟ ଆଗ୍ନେୟଗିରିକୁ ଯାଇଥିଲେ । ସେହି ଆଗ୍ନେୟଗିରି ଉପରୁ ଅସାବଧାନତାବଶତଃ ତଳକୁ ଖସି ପଡୁଥିଲେ କ୍ଲେ । ସୌଭାଗ୍ୟକୁ ତାଙ୍କ ପତ୍ନୀ ଏକାଇମି ଖୁବ୍ ସାହାସୀ ହୋଇଥିବାରୁ ନିଜ ଜୀବନକୁ ଖାତିର ନକରି ବିପଦପୂର୍ଣ୍ଣ ସ୍ଥାନକୁ ଚାଲି ଚାଲି ଯାଇ ସ୍ୱାମୀଙ୍କ ଜୀବନ ବଞ୍ଚାଇଥିବା ଜାଣିବାକୁ ମିଳିଛି । ଏ ସମ୍ପର୍କରେ ଗଣମାଧ୍ୟମରେ ବୟାନ ଦେଇ କ୍ଲେ କହନ୍ତି, “ଏହା ଅତ୍ୟନ୍ତ ଅବିଶ୍ୱସନୀୟ । ସେ ଯେଉଁଭଳି ଭାବେ ମୋତେ ପଡ଼ିଯାଉଥିବାରୁ ବଞ୍ଚାଇଲେ ତାହା କୌଣସି ଚମକ୍ରାରଠାରୁ କମ୍ ନୁହେଁ ।’ ଏହି ଦମ୍ପତି ଜୁଲାଇ ୧୭ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଜୁଲାଇ ୧୮ ତାରିଖରେ ଏହି ଘଟଣା ଘଟିଥିବା ସୂଚନା ରହିଛି । କ୍ଲେ ତାଙ୍କ ଫେସ୍ବୁକ୍ରେ ସମ୍ପୂର୍ଣ୍ଣ ଘଟଣା ବଖାଣି ଏକ ପୋଷ୍ଟ୍ କରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ