ଆଗ ଥଇଥାନ ପରେ ଉଚ୍ଛେଦ ପ୍ରତିଶ୍ରୁତି ଦେଲେ-କ୍ରୀଡା ମନ୍ତ୍ରୀ
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): ଚଦ୍ରଭାଗା ବ୍ୟବସାୟି ସଙ୍ଘ କାର୍ଯଲୟ ଠାରେ ବ୍ୟବସାୟୀ ଓ ଫୋଟୋ ଗ୍ରାଫର ମାନଙ୍କ ସ୍ଥାୟୀ ଥଇଥାନ ନ ହେବା ପର୍ଯ୍ୟନ୍ତ ଚନ୍ଦ୍ରଭାଗା ବଜାର ଉଛେଦ ହେବନାହିଁ ବୋଲି ଅନୁଷ୍ଠିତ ବୈଠକରେ କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ପ୍ରକାଶ କରିଛନ୍ତି ।ଏହି ଆଲୋଚନା ରେ କୋଣାର୍କ ଏନ ଏସି ପ୍ରଶାସନ, ଚନ୍ଦ୍ରଭାଗା କମିଟି ସଭାପତି, ସମ୍ପାଦକ ସହ ଚନ୍ଦ୍ରଭାଗା ଫଟୋ ଗ୍ରାଫର ଆସୋସିଏସନ ର ସଭାପତି ଓ ସମ୍ପାଦକ ପ୍ରମୁଖ ଏହି ଆଲୋଚନାରେ ଉପସ୍ଥିତ ଥିଲେ ।ଆଲୋଚନାର ନିଷ୍ପତ୍ତି ଓ ମନ୍ତ୍ରୀ ଶ୍ରୀ ବେହେରା ଏହି ଅବସରରେ ଚନ୍ଦ୍ରଭାଗା ରେ ଭେଣ୍ଡିଂ ଜୋନ ନ ହେବା ପର୍ଯ୍ୟନ୍ତ କୌଣସି ଦୋକାନ ଉଛେଦ ହେବନାହିଁ ।ଦୋକାନ ସମ୍ମୁଖରେ କରାଯାଇଥିବା ବ୍ୟାରିକେଟକୁ ମନ୍ତ୍ରୀ ଶ୍ରୀ ବେହେରା ଙ୍କ ହସ୍ତକ୍ଷେପ ଫଳରେ ପ୍ରଶାସନ ଏହାକୁ ହଟାଇଦେଇଛି।୫ତାରିଖ ପର୍ଯ୍ୟନ୍ତ ଚନ୍ଦ୍ରଭାଗା ବଜାର ପୂର୍ବଭଳି ବନ୍ଦ ରହିବ ବୋଲି ସଙ୍ଘ ନିଷ୍ପତ୍ତି ନେଇଛନ୍ତି।ବ୍ୟବସାୟୀ ଙ୍କ ସୁବିଧା ପାଇଁ ମନ୍ତ୍ରୀ ଶ୍ରୀ ବେହେରାଙ୍କ ଏଭଳି ସହଯୋଗ ପାଇଁ ଉଭୟ ସଙ୍ଘ ପକ୍ଷରୁ ସାଧୁବାଦ ଜଣାଇଛନ୍ତି |