ଆଙ୍କୁଲିରେ ବାର୍ହା ଆକ୍ରମଣରେ ତିନି ଆହତ
ବ୍ରହ୍ମପୁର, (ୱାଇଏନ୍ଏସ୍): ସ୍ଥାନୀୟ ଆଙ୍କୁଲି ଅଂଚଳରେ ରାତିରେ ଏକ ବାର୍ହା ପଶି ୩ ଜଣଙ୍କୁ ଆକ୍ରମଣ କରିଥିବା ବେଳେ ସେଥିରୁ ଜଣେ ଗୁରୁତର ଥିବା ଜଣାପଡିଛି । ଗତ ଦୁଇ ଦିନ ହେବ ଆଙ୍କୁଲିର ନିଗମନଗର ଅଂଚଳରେ ଏକ ବାର୍ହା ବୁଲୁଥିବାର ଅଭିଯୋଗ ହୋଇଥିଲା । ତେବେ ଏହାକୁ କେହି ଗୁରୁତ୍ୱ ଦେଇନଥିଲେ । ଫଳରେ ବୁଧବାର ରାତି ୧୦ ଟା ବେଳେ ଉକ୍ତ ବାର୍ହାଟି ସ୍ଥାନୀୟ ୟୁପି ସ୍କୁଲ ରୋଡ଼ ସାହିରେ ପଶି ସେଠାକାର ବାସିନ୍ଦା କିରଣ ସାହୁ ଓ ପଟକ୍ସ ସାହୁଙ୍କୁ ଆକ୍ରମଣ କରିଥିବା ବେଳେ ମାଳି ସାହିର ଜଣେ ମହିଳା ଜୁଲି ବେହେରାଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଏଥିରେ ଜୁଲି ବେହେରା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଠେଙ୍ଗା ଧରି ବାର୍ହାକୁ ଗୋଡ଼ାଇବାରୁ ଉକ୍ତ ବାର୍ହାଟି ଜାତୀୟ ରାଜପଥ ଦେଇ କେଉଁ ଆଡ଼େ ଚାଲିଯାଇଥିଲା । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଥିବା ବେଳେ ବନବିଭାଗର ଏକ ଟିମ୍ ଆସି ଘଟଣାର ଅୁନସନ୍ଧାନ ଚଳାଇଛି ।