ଏସ୍‌ଏମ୍‌ଆଇଟି ପରିସରରେ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟନ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ବ୍ରହ୍ମପୁର ସ୍ଥିତ ଉମାଚରଣ ଇଂଜିନିୟରିଂ ସ୍କୁଲ ଓ ଘରୋଇ ଶିକ୍ଷାନୁଷ୍ଠାନ ଏସ୍‌.ଏମ୍‌.ଆଇ.ଟି ଡିପ୍ଲୋମା ଇଂଜିନିୟର କଲେଜ ଆଙ୍କୁଶପୁର ସ୍ଥିତ ଖେଳପଡିଆ ଠାରେ ଜୋନାଲ ପଲିଟେକ୍ନିକ୍ ଫିଷ୍ଟ୍ -୨୦୨୦ କ୍ରୀଡା ପ୍ରତିଯୋଗିତା ମଙ୍ଗଳବାର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଏସ୍‌.ଏମ୍‌.ଆଇ.ଟିର ସଭାପତି ଡକ୍ଟର ଭଗବାନ ଗନ୍ତାୟତ ଶୁଭାରମ୍ଭ କରିଛନ୍ତି । ଏହି କ୍ରୀଡା ପ୍ରତିଯୋଗିତା ଗତକାଲି ଠାରୁ ଆରମ୍ଭ ହୋଇଥିବା ଖେଳ କୁଦ କାର୍ଯ୍ୟକ୍ରମ ଜାନୁୟାରୀ ୨୫ ତାରିଖରେ ଉଦଯାପିତ ହେବ । ଏହି କ୍ରୀଡା ପ୍ରତିଯୋଗିତାରେ କ୍ରିକେଟ, ଫୁଟବଲ୍‌,ଭଲ୍ଲିବଲ,ବାସ୍କେଟ୍ ବଲ୍‌, ବେଟ୍ ବିଣ୍ଟନ, କାର୍ଯ୍ୟସୁଚି ରହିଥିବା ବେଳେ ୟୁ.ସି.ପି ଇଂଜିନିୟର ସ୍କଲ ପରିସରରେ କୁଇଜ୍ କମ୍ପିଟେସନ୍‌,ଏଥେଲେଟିକ୍ ଇଭେଣ୍ଟ , ଆଦି ପ୍ରତିଯୋଗିତା କରିବାକୁ ସ୍ଥିର ହୋଇଛି । ଏଥିସହ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂପାଦକ ଜାମୁଲା ଶଙ୍କର ନାରାୟଣ,ଅଧକ୍ଷ ଇଂ.ଅନିଲ କୁମାର ଚୈାଧୁରୀ ,ସାନ୍ତୁନୁ କୁମାର ପାତ୍ର,ଇଂ.ସମରେନ୍ଦ୍ର ଚୈାଧୁରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ