ଆଙ୍ଗୁଠି ଫୁଟାଇବା ସ୍ୱାସ୍ଥ୍ୟ ପାଇଁ ବିପଦ
(ଯୁଗାଦ୍ଦ ନ୍ୟୁଜ)ଅଫିସରେ ଅଧିକ ସମୟ କମ୍ପ୍ୟୁଟର ଆଗରେ ବସି ବସି କାମ କରିବା ଏବଂ ଟାଇପିଂ କରିବା ଦ୍ୱାରା ଶରୀରରେ ତ ଥକ୍କାପଣ ଦେଖାଦେଇଥାଏ । ଏହା ସହ ଆଙ୍ଗୁଠିଗୁଡ଼ିକ ମଧ୍ୟ କାଟିଥାଏ । ଅଳସ ଭାଙ୍ଗିବା, ହାତଗୋଡ଼ ମୋଡ଼ାମୋଡ଼ି କରିବା ଭଳି ସମୟ ପାଇଲେ ଆଙ୍ଗୁଠି ମଧ୍ୟ ଫୁଟାଇଥାଉ । ଏହି ଗୁଣଟି ପ୍ରାୟ ସମସ୍ତଙ୍କଠାରେ ଥିବ । ତେବେ ଆପଣ ଜାଣିଛନ୍ତି, ଆଙ୍ଗୁଠି ଫୁଟାଇବା ଦ୍ୱାରା ଆପଣଙ୍କୁ କେଉଁ କେଉଁ ଅସୁବିଧାରେ ସାମ୍ନା କରିବାକୁ ପଡିଥାଏ । ଯଦି ଜାଣିନାହାନ୍ତି ତେବେ ଏହି ରିପୋର୍ଟକୁ ଭଲ ଭାବରେ ପଢ଼ିନିଅନ୍ତୁ ।
ଡାକ୍ତରଙ୍କ କହିବାନୁସାରେ ହାତ କିମ୍ବା ଗୋଡର ଆଙ୍ଗୁଠିକୁ ବାରମ୍ବାର ଫୁଟାଇବା ଦ୍ୱାରା ହାତ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ଏହା ଦ୍ୱାରା କାମ କରିବାର କ୍ଷମତା କମିଯାଇଥାଏ । ଏହି ଅଭ୍ୟାସକୁ ଯେତେ ଶୀଘ୍ର ପାରୁଛନ୍ତି ଦୂରେଇବାକୁ ଚେଷ୍ଟା କରନ୍ତୁ । ଆଙ୍ଗୁଠି, କହୁଣୀ ଏବଂ ଆଣ୍ଠୁର ଜଏଣ୍ଟରେ ଏକ ପ୍ରକାର ତରଳ ପଦାର୍ଥ ରହିଥାଏ । ଏହାର ନାଁ ସିନୋଭିଆଲ ଫ୍ୟୁଏଡ । ଏହି ତରଳ ପଦାର୍ଥ ହାଡ ମଝିରେ ଗ୍ରୀସ ଭଳି କାମ ମଧ୍ୟ କରିଥାଏ । ଏବଂ ହାଡ ହାଡ ବାଜି କ୍ଷୟ ହେବାକୁ ମଧ୍ୟ ରୋକିଥାଏ । ଏହି ତରଳ ପଦାର୍ଥରେ ଥିବା କାର୍ବନ ଡାଇ ଅକ୍ସାଇଡ ଫୋଟକା ସଦୃଶ ହୋଇଥାଏ । ଯେତେବେଳେ ଆମେ ଆଙ୍ଗୁଠିକୁ ଫୁଟାଇଥାଏ ଏହି ଫୋଟକା ଫାଟି ଶବ୍ଦ କରିଥାଏ । ଆଙ୍ଗୁଠି ଫୁଟାସାରିବା ପରେ ଏହି ତରଳ ପଦାର୍ଥ ପୁନଶ୍ଚ ପ୍ରସ୍ତୁତ ହେବା ପାଇଁ ୧୫ ରୁ ୨୦ ମିନିଟ ସମୟ ଲାଗିଥାଏ । ଯାହା ଦ୍ୱାରା ଗୋଟିଏ ଥର ଆଙ୍ଗୁଠି ଫୁଟାଇବା ପରେ ଦ୍ୱିତୀୟ ଥର ପାଇଁ ଏଥିରୁ ଶବ୍ଦ ବାହାରି ପାରେ ନାହିଁ । ବାରମ୍ବାର ଆଙ୍ଗୁଠି ଫୁଟାଇବା ଦ୍ୱାରା ଏହି ତରଳ ପଦାର୍ଥ କମିଯାଇଥାଏ ଏବଂ ହାଡକ୍ଷୟ ହେବା ଆରମ୍ଭ କମରିଦେଇଥାଏ । ଯାହା ଦ୍ୱାରା କମ ବୟସରେ ହାତ କାମ କରେ ନାହିଁ ।