ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ ପାଳିତ

ଭୂବନେଶ୍ୱର,(ଓ୍ବାଇଏନ୍ଏସ୍): ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟ ପରିସରରେ ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମିନତୀ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ‘ଭଲ ମଣିଷ ହୁଅ’ ଶୀର୍ଷକ ବିଷୟ ଉପରେ ଅଧ୍ୟକ୍ଷା ମହୋଦୟ ଛାତ୍ରଛାତ୍ରୀମାନଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ । ଆଚାର୍ଯ୍ୟ ମହାଶୟ ଏ ଜାତିର ଆଦର୍ଶ । ଯାହାଙ୍କ ଆହ୍ୱାନ ଥିଲା ‘ଭଲ ମଣିଷ ହୁଅ’ । ସମାଜକୁ କଳୁଷିତମୁକ୍ତ କରିବା, ସୁସ୍ଥ ସମାଜ ଗଠନ କରିବା ଓ ଶିକ୍ଷାର ବିକାଶ ପାଇଁ ଯେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ସାମ୍ପ୍ରତିକ ପରିସ୍ଥିତିରେ କରୋନା ଭଳି ମହାମାରୀକୁ ସାମ୍ନା କରିବାକୁ ହେଲେ ଆଚାର୍ଯ୍ୟଙ୍କ ଆଦର୍ଶ ‘ଭଲ ମଣିଷ ହୁଅ’ର ବାର୍ତ୍ତା ପ୍ରଣିଧାନଯୋଗ୍ୟ । ଏହି ଅବସରରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ମୁକ୍ତିଲତା ପାଲ, ଅଧ୍ୟାପିକା ଅଳକାନନ୍ଦା, ଚିନ୍ମୟୀ ମହାପାତ୍ର, ଶାଶ୍ୱତୀ ମହାନ୍ତି, ବିଜୟରାମ ଜେନା ପ୍ରମୁଖ ଯୋଗଦାନ କରି ଆଚାର୍ଯ୍ୟଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ