ଆଚାର୍ଯ୍ୟ ହରିହରଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଚନ୍ଦ୍ରଶେଖରପୁରସ୍ଥିତ ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟ ପକ୍ଷରୁ ଆଚାର୍ଯ୍ୟ ହରିହରଙ୍କ ଶ୍ରାଦ୍ଧଦିବସ କରୋନା କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ମୁକ୍ତିଲତା ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଓଡ଼ିଶା ସରକାରଙ୍କ ପଞ୍ଚାୟତି ବିଭାଗର ଅତିରିକ୍ତ ଶାସନ ସଚିବ ମହେଶ୍ୱର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗାଦନ କରି ହରିହରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ‘ଆସ ଭଲ ମଣିଷ ହେବା’ ଉକ୍ତିର ତାତ୍ପର୍ଯ୍ୟ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଆଚାର୍ଯ୍ୟ ହରିହର ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ପ୍ରାରମ୍ଭରେ ଅଧ୍ୟାପକ ପବିତ୍ର କୁମାର ରଥ ବେଦପାଠ କରିଥିଲେ । ଅଧ୍ୟକ୍ଷା ଡଃ ପାଲ ଚରିତ୍ର ଗଠନ ଓ ପିତାମାତାଙ୍କୁ ଆଦର୍ଶ ମନେ କରିବା ସହିତ ମାତୃଭାଷା, ମାତୃଭୂମିକୁ ମା’ ଭଳି ଭଲ ପାଇବାକୁ ଉପଦେଶ ଦେଇଥିଲେ । ମାତୃଭାଷାର ମମତାକୁ ନ ଭୁଲିବାକୁ ପ୍ରେରଣା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବିଜୟରାମ ଜେନା, ଅଧ୍ୟାପିକା ଶୁଭ୍ରା ମଲ୍ଲିକ, ସୁଜାତା ସାମନ୍ତରାୟ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଶେଷରେ ଅଧ୍ୟାପିକା ଅଳକାନନ୍ଦା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ