ଆଚାର୍ଯ୍ୟ ହରିହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚନ୍ଦ୍ରଶେଖରପୁରସ୍ଥିତ ଆଚାର୍ଯ୍ୟ ହରିହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସତ୍ୟବାଦୀ ସାଧକ, ଆଦର୍ଶଗୁରୁ ଆଚାର୍ଯ୍ୟ ହରିହରଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଡ. ପବିତ୍ର କୁମାର ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ଅବସରପ୍ରାପ୍ତ ପ୍ରଫେସର ଡ. ଗୋପାଳ କୃଷ୍ଣ ଦାଶ ମୁଖ୍ୟ ବକ୍ତା ରୂପେ ଯୋଗଦାନ କରି ଆଚାର୍ଯ୍ୟ ହରିହରଙ୍କ ପ୍ରତ୍ୟକ୍ଷ ସାନ୍ନିଧ୍ୟ ଲାଭର ଅନୁଭୂତି ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଡି.ସି.ପି. ଶ୍ରୀଯୁକ୍ତ ଉମାକାନ୍ତ ମଲ୍ଲିକ କହିଲେ ଯେ, ଆଚାର୍ଯ୍ୟ ହରିହରଙ୍କ ଜୀବନାଦର୍ଶ ଶୃଙ୍ଖଳାର ମନ୍ତ୍ରକୁ ଗ୍ରହଣ କରି ଏକ ଶୃଙ୍ଖଳିତ ଜୀବନ ଧାରଣ କରିବାର ଆବଶ୍ୟକତା ରହିଛି । ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ ଶିକ୍ଷାବିତ୍ ଶ୍ରୀଯୁକ୍ତ କ୍ଷୀରୋଦ ଚନ୍ଦ୍ର ମଲ୍ଲିକ ।ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଆଚାର୍ଯ୍ୟ ହରିହରଙ୍କ ପଦରାବିନ୍ଦରେ ଶ୍ରଦ୍ଧା ସୁମନ ଅର୍ପଣ ପରେ ସରସ୍ୱତୀ ବନ୍ଦନା ଓ ଏକ ଶ୍ଲୋକୀ ଗୀତା ପାଠ କରିଥିଲେ ଛାତ୍ରୀ ଅର୍ପିତା ପରିଜା । ଏହି ଅବସରରେ ଅଧ୍ୟକ୍ଷ ଡ. ରଥ ଆଚାର୍ଯ୍ୟ ହରିହରଙ୍କ ସ୍ମୃତି ସୁରକ୍ଷା ଦିଗରେ କିଛି ନୂତନ କାର୍ଯ୍ୟକ୍ରମ ଘୋଷଣା କରିଥିଲେ । ବିଜୟରାମ ଜେନା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ସ୍ମୃତିନିଶାନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ