ଆଜମ୍ଗଡ଼ରୁ ଅଖିଳେଶ, ମୈନ୍ପୁରୀରୁ ମୁଲାୟମ୍ ଷ୍ଟାର ପ୍ରଚାରକ ତାଲିକାରେ ମୁଲାୟମଙ୍କ ନା ନାହିଁ

ଲକ୍ଷେ୍ନø(ଏଜେନ୍ସି): ୨ଠ୧୯ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସ୍ପି) ମୁଖ୍ୟ ଅଖିଳେଶ ଯାଦବ ଏଥର ଆଜମଗଡ ଆସନରୁ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୨ଠ୧୪ଲୋକସଭା ନିର୍ବାଚନରେ ଏହି ଆସନରୁ ଅଖିଳେଶଙ୍କ ବାପା ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା, ବରିଷ୍ଠ ନେତା ମୁଲାୟମ୍ ସିଂହ ଯାଦବ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । କିନ୍ତୁ ଚଳିତ ନିର୍ବାଚନରେ ବାପା ମୁଲାୟମଙ୍କ ଆସନରେ ପରିବର୍ତ୍ତନ କରି ନିଜେ ଏହି ଆସନରେ ଏବଂ ବାପା ମୁଲାୟମ୍ଙ୍କୁ ମୈନପୁରୀ ଆସନରୁ ପ୍ରାର୍ଥୀ ଘୋଷଣା କରିଛନ୍ତି ଅଖିଳେଶ । ତେବେ ଏସମ୍ପର୍କରେ ମୁଲାୟମ ବାହାରେ କୌଣସି ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ସେ ଅଖିଳେଶଙ୍କ ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିବା ସ୍ପଷ୍ଟ ବାରି ହୋଇପଡିଛି । ରବିବାର ଦଳ ପକ୍ଷରୁ ଉଭୟ ଆଜମ୍ଗଡ ଓ ରାମପୁର ସଂସଦୀୟ ଆସନପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଆଜମଗଡକୁ ନିଜ ପାଖରେ ଅଖିଳେଶ ରଖିଛନ୍ତି । ପୂର୍ବରୁ ମୁଲାୟମ ମୈନପୁରୀ ଆସନରୁ ନିର୍ବାଚନ ଲଢ଼ିବା ନେଇ ଦଳ ପକ୍ଷରୁ ଘୋଷଣା କରାଯାଇଥିଲା । ସେହିପରି ରାମପୁର ବିଧାନସଭା ଆସନରୁ ଦଳୀୟ ନେତା ମହମ୍ମଦ ଆଜମ୍ ଖାନ୍ଙ୍କୁ ପ୍ରାର୍ଥୀ କରାଯାଇଥିବା ଘୋଷଣା କରାଯାଇଛି । ତେବେ ବାପା ମୁଲାୟମ୍ଙ୍କ ଆସନରେ ଅଖିଳେଶ କାହିଁକି ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି ବା ଏପରି ନିଷ୍ପତ୍ତି ନେବା ପଛର କାରଣ କ’ଣ ସେନେଇ ଅଖିଳେଶ ମଧ୍ୟ କୌଣସି ସୂଚନା ଦେଇନାହାନ୍ତି ।
ଅନ୍ୟ ଏକ ସୂଚନାନୁସାରେ ଚଳିତ ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ଯେଉଁ ୪ଠଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି, ସେଥିରେ ଦଳର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ନାମ ନଥିବା ଜଣାପଡିଛି । ଏହି ତାଲିକାରେ ନିଜେ ଅଖିଳେଶ ରହିଥିବା ବେଳେ ଆଜମ ଖାନ୍, ଜୟା ବଚ୍ଚନ, ଡିମ୍ପଲ ଯାଦବ ଏବଂ ତେଜପ୍ରତାପ ଯାଦବ, ଏସ୍ପି ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ, ରାଜ୍ୟସଭା ସାଂସଦ ଜାଭେଦ ଅଲ୍ଲି ଖାଁ, ବିଶ୍ୱମ୍ବର ପ୍ରାସଦ ନିଷାଦ, ସୁରେନ୍ଦ୍ର ନାଗର ଏବଂ ବିରୋଧୀ ଦଳ ନେତା ରାମ ଗୋବିନ୍ଦ ଚୌଧୁରୀ ପ୍ରମୁଖଙ୍କ ନାମ ରହିଛି । ମାତ୍ର ମୁଲାୟମ୍ଙ୍କ ନାମକୁ ଏଥିରୁ ବାଦ୍ ଦିଆଯାଇଛି । ଏସ୍ପିର ଏହି ତାଲିକାରେ ମୁଲାୟମଙ୍କ ନାମ ନରହିବା ଏବେ ରାଜନୈତିକ ଚର୍ଚ୍ଚାର ବିଷୟ ସାଜିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ