ଆଜସୁ ତରଫରୁ ଭିଓ୍ବେଟ ନେତାଙ୍କ ପ୍ରଚାର ଜୋରଦାର ଧରିଲା
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ସବୁଦଳ ଭଳି ଆଜସୁ ମଧ୍ୟ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଛି । ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ୭ଟି ଜିଲ୍ଲା ପରିଷଦ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି । ଏଥର ପଞ୍ଚାୟତ ନିର୍ବାଚନରେ ଆଜସୁ ପ୍ରାର୍ଥୀଙ୍କ ପାଇଁ ପଡୋଶୀ ଝାଡଖଣ୍ଡ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆଜସୁ ରାଜ୍ୟ ଅଧ୍ୟକ୍ଷ ସୁଦେଶ ମହାଭୋଇ, ପୂର୍ବ ସ୍ୱାସ୍ଥ୍ୟ ମନ୍ତ୍ରୀ ରାମଚନ୍ଦ୍ର ସାଇସ,ଆଜସୁ କେନ୍ଦ୍ରୀୟ ପ୍ରବକ୍ତା ଦେବ ଶରଣ ଭଗତ, ପ୍ରଭାରୀ ହରେଲାଲ ମହାତୋଓଡିଶା ରାଜ୍ୟ ସଭାପତି ଆଲୋକାନ୍ତାବାସ୍କେ,ମୟୂରଭଂଜ ଜିଲ୍ଲା ସଭାପତି ଶରତ ଚନ୍ଦ୍ର ମହାନ୍ତ ପ୍ରମୁଖ ପ୍ରଚାର ଜୋରଦାର ଚଳାଇଥିଲେ । ମୟୂରଭଂଜ ବାସୀଙ୍କ ଆଦିବାସୀ ଓ ମୂଳବାସୀଙ୍କ ସକ୍ ପାଇଁ ଆଜସୁ ଲଢେଇ କରିବା ବୋଲି ଗଣମାଧ୍ୟମକୁ ଆଜସୁ ଅଧ୍ୟକ୍ଷ ସୁରେଶ ମହାତୋ ଗଣମାଧ୍ୟମକୁ କହିଥିଲେ ।


