ଆଜାଦହିନ୍ଦ ଟ୍ରଷ୍ଟ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆଜାଦ ହିନ୍ଦ ଟ୍ରଷ୍ଟ(କଳ୍ପନା କ୍ରିଏଟିଭ କପ) ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ପରିବାର ଓ ଭୁଦାନ କର୍ମୀଙ୍କ ଦ୍ୱାରା ଗଠନ କରାଯାଇଥିବା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ସୁଜାନଗର ସ୍ଥିତ ନେତାଜୀ ମଡେଲ ଏମ.ଇ. ସ୍କୁଲରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନକୁଳ ଚରଣ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଉପଲକ୍ଷେ ଟ୍ରଷ୍ଟର ଅଧ୍ୟକ୍ଷ ଅବନୀ କୁମାର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାର୍ଶାଘାଇ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ଦାସ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ସମ୍ମାନୀତ ଅତିଥି ଭାବେ ତୁଳସୀ ମହିଳା ମହାବିଦ୍ୟାଳୟର ପ୍ରାଧ୍ୟାପକ ସଞ୍ଜିତ କୁମାର ବେହେରା ଓ ପ୍ରାଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ ଯୋଗଦେଇ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କେଶପୁର ବଜାରର ପ୍ରାପ୍ତି ଟ୍ରେଡର୍ସ, ଅନିଲ କୁମାର ମଲିକ, ଅମୂଲ୍ୟ ନାୟକ, କାର୍ତ୍ତୀକ ଚନ୍ଦ୍ର ସାହୁ, ଉମାକାନ୍ତ ନାୟକ, ସଞ୍ଜୟ କୁମାର ଦାସ, ଜୀତେନ୍ଦ୍ର ସାହୁ, ଗୁଲନଗର ପଞ୍ଚାୟତର ନାଏବ ସରପଞ୍ଚ ଭାବନ ସାହୁ, ରାଜେଶ ସାହୁ, ଦେବରାଜ ସାହୁ, ବ୍ରହ୍ମାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତବର୍ଷ ଗଣଦୈାଡ କାର୍ଯ୍ୟକ୍ରମକୁ ଅନିବାର୍ଯ୍ୟ କାରଣ ବଶତଃ ବାତିଲ କରାଯାଇଥିବା ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ଦାସ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ