ଆଜାଦିକା ଅମୃତ ମହୋତ୍ସବ ୭୫ବର୍ଷ ପୂର୍ତ୍ତି ଅବସରରେ ୩ଟି ଅମୃତ ସରୋବର ବନ୍ଧ ଉଦଘାଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦେଶ ସ୍ୱାଧୀନତାର ୭୫ବର୍ଷ ଅବସରରେ ଆଜାଦିକା ଅମୃତ ମହୋତ୍ସବ ଅନ୍ତର୍ଗତରେ ସାରା ଦେଶରେ ଜିଲ୍ଲା ପ୍ରତି ୭୫ଟି ଲେଖାଏ ଅମୃତ ସରୋବର ବା ବନ୍ଧ ନିର୍ମାଣ ନିମନ୍ତେ ଧାର୍ଯ୍ୟ କରାଯାଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସୁଦୃଢ ହେଉଛି ବନ୍ଧ ନିର୍ମାଣ। ଆଜାଦିକା ଅମୃତ ମହୋତ୍ସବ ୭୫ବର୍ଷ ପୂର୍ତ୍ତି ଅବସରରେ ୭୬ତମ ସ୍ୱାଧୀନତା ଦିବସ ନିଆରା ଢଙ୍ଗରେ ପାଳନ କରାଯାଇଛି। ଗଜପତି ଜିଲ୍ଲା ପ୍ରତି ୭୫ଟି ଅମୃତ ସରୋବର ଥିବା ବେଳେ ଗୁମ୍ମା ବ୍ଲକ ଅନ୍ତର୍ଗତ ଜିବା ଓ ତରଙ୍ଗଗଡ଼ା ପଞ୍ଚାୟତର ବାବାଜୀ ବନ୍ଧ,ଖୋଜୁରୀ ବନ୍ଧ ଓ କାଙ୍କରା ବନ୍ଧ ଏହି ତିନୋଟି ଅମୃତ ସରୋବର ବନ୍ଧ ଉଦଘାଟନ ସହ ଜାତୀୟ ତିରଙ୍ଗା ଉତ୍ତୋଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ସୁନେମି ମଣ୍ଡଳ,ବିଡ଼ିଓ ଭାସ୍କର ଚନ୍ଦ୍ର ସାହୁ,ଅତିରିକ୍ତ ତହସିଲଦାର ଗୁପ୍ତେଶ୍ଵର ମହାପାତ୍ର,ମନେରେଗା ସଂଯୋଜିକା ଶ୍ରୀମତୀ ରଶ୍ମିତା ଦାସ,ଏପିଓ ସୋମିୟ ସୁଧାକର ତ୍ରିପାଠୀ,ଉପାଧ୍ୟକ୍ଷ ଶ୍ରୀନିବାସ ରାଓ, ସ୍ଥାନୀୟ ସରପଞ୍ଚ ଏଡେଙ୍ଗା ଶବର,ଜହଁନ ମଣ୍ଡଳ,ସମିତି ସଭ୍ୟ ରିୟାବ ଭୂୟାଁ,ଏଇ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ,ରମେଶ ସାହୁ,ପିଇଓ କରୁଣାକର ଭୂୟାଁ,ଜିଆରଏସ ଆନ୍ତିୟାସ ରଇତ,ପି କମଳ କୁମାର ଓ ପୂର୍ବତନ ସେନା ଅଧିକାରୀ କେ ସମ୍ପତ ରାଓ ଓ ବରିଷ୍ଠ ନାଗରିକ ଚୌତନ୍ୟ ଗୌଉଡ଼ ଯୋଗ ଦେଇ ଜାତୀୟ ତିରଙ୍ଗା ପତାକା ଉତ୍ତୋଳନ କରିଥିଲେ। ଜିଲ୍ଲାକୁ ୭୫ଟି ଅମୃତ ସରୋବର ବନ୍ଧ ଲକ୍ଷ୍ୟ ରଖିଛନ୍ତି ସରକାର ସେଥିମଧ୍ୟରୁ ଗୁମ୍ମା ବ୍ଲକରେ ତିନୋଟି ବନ୍ଧ ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବା ସହ ବାକି କାର୍ଯ୍ୟ ଉତ୍ତମ ପ୍ରଣାଳୀରେ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ସାହୁ।ଉକ୍ତ କାର୍ଯ୍ୟକ୍ରମରେ ଏକ ସଭାର ଆୟୋଜନ କରାଯାଇଥିଲା ଏଥିରେ ଅଧ୍ୟକ୍ଷା ଶ୍ରୀମତୀ ମଣ୍ଡଳ ସ୍ୱାଧୀନତା ଦିବସ ବିଷୟରେ ଉଦ୍ବୋଧନ ଦେଇ ଏହି ଅମୃତ ସରୋବର କାର୍ଯ୍ୟ କିପରି ଭଲ ଭାବରେ କରିବାକୁ ଉପଦେଶ ଦେଇଥିଲେ। ଏହି ସରୋବର କାର୍ଯ୍ୟର ବୌଷୟିକ ଜ୍ଞାନ କୌଶଳରେ ଏଇ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ସମ୍ପାଦନା ହୋଇଛି। ନିର୍ମାଣ କାର୍ଯ୍ୟରେ ଉତ୍ସଗ୍ରିକୃତ ହୋଇ ଅଧିକାରୀ ମାନେ ଜିଆରଏସ ଆନ୍ତିୟାସ ରଇତ,ପିଇଓ କରୁଣାକର ଭୂୟାଁ,ଏଇ ରମେଶ ସାହୁ ଓ ବାପଟିଷ୍ଟ ମଣ୍ଡଳୀ ପାରସମ୍ବାକୁ ମାନପତ୍ର ପ୍ରଦାନ କରିଥିଲେ।