ଆଜାଦି କା ଅମ୍ରିତ ମହୋତ୍ସବ ପାଳନ ଉପଲକ୍ଷେ ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଆୟୋଜିତ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ଭାରତ ସ୍ୱାଧିନତାର ୭୫ବର୍ଷ ପାଳନକୁ କେନ୍ଦ୍ର ସରକାର ଦେଶବ୍ୟାପି ଆଜାଦିକା ଅମ୍ରିତ ମହୋତ୍ସବ ଭାବରେ ପାଳନ କରୁଛନ୍ତି । କେନ୍ଦ୍ର ଯୁବ ଓ କ୍ରୀଡା ମନ୍ତ୍ରଣାଳୟ, ଜିଲ୍ଲା ପ୍ରଶାସନ ଓ କେନ୍ଦ୍ରାପଡା ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ କେନ୍ଦ୍ରାପଡା ଇଚ୍ଛାପୁର ମାଉସୀ ମା’ ମନ୍ଦିର ନିକଟରେ ଶନିବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି । ଜିଲ୍ଲା ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରିଣୀ ଡଃ. ପଦ୍ମଜା କବି ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା କ୍ରିଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଅବସରପ୍ରାପ୍ତ ସେନା ଅଧିକାରୀ ଭରତ ଚନ୍ଦ୍ର ଜେନା ଯଥାକ୍ରମେ ସମ୍ମାନୀୟ ଅତିଥି ଓ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ପ୍ରଦିପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ଓ ଜଗତର ନାଥ ଜଗନ୍ନାଥ ଏବଂ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ । ସ୍ୱାଧିନତାର ମୂଲ୍ୟବୋଧକୁ ଉଦଜୀବିତ ରଖିବା ପାଇଁ ଜନ ସଚେତନତା ସୃଷ୍ଟି କରିବା ଓ ନିଜେ ସୁସ୍ଥ ରହି ସମାଜକୁ ସୁସ୍ଥ ରଖିବାର ବାର୍ତ୍ତା ଦେବା ହେଉଛି ଏହି ଗଣଦୌଡର ମୂଳ ଲକ୍ଷ୍ୟ ବୋଲି ମୁଖ୍ୟ ଅତିଥି ତାଙ୍କ ଉଦବୋଧନରେ ମତବ୍ୟକ୍ତ କରିଥିଲେ । ସ୍ୱେଚ୍ଚାସେବୀ ପ୍ରସନ୍ନ କୁମାର ପରିଡା ପ୍ରାରମ୍ଭରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଗଣଦୈାଡ ଆରମ୍ଭ ପୂର୍ବରୁ ସ୍ୱେଚ୍ଚାସେବୀ ତଥା ଛାତ୍ରୀ ସାଗରିକା କର ଜଗନ୍ନାଥଙ୍କ ଫଟୋଚିତ୍ର ସମ୍ମୁଖରେ ଓଡିଶୀ ନୃତ୍ୟ ପରିବେଷଣ କରି ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ସଭାରେ ଗଣାମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀ, ସମାଜସେବୀ ଓ ଜାତୀୟ ସେବା ସଂସ୍ଥାର ସ୍ୱେଛାସେବୀମାନେ ଯୋଗ ଦେଇଥିଲେ ।