ଆଜାଦୀର ଅମୃତ ମହୋତ୍ସବ ଅବସରରେ ସ୍ୱଚ୍ଛସାଥୀଙ୍କ ସ୍ୱଚ୍ଛ ସଚେତନତା ସପ୍ତାହ ଅଭିଯାନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପରିଷଦରେ ଆଜାଦୀର ଅମୃତ ମହୋତ୍ସବ ସପ୍ତାହ ପାଳନ ଅବସରରେ ପୌର ପାଳିକାର ସ୍ୱଚ୍ଛସାଥୀମାନଙ୍କ ସ୍ୱଚ୍ଛ ସଚେତନ ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଅଭିଯାନ ପାରଳାଖେମୁଣ୍ଡିରେ ଥିବା ବିଭିନ୍ନ ୱାର୍ଡ ଗୁଡିକ ବୁଲି ଲୋକମାନଙ୍କୁ ସ୍ୱଚ୍ଛତାକୁ ନେଇ ସଚେତନ କରାଯାଇଥିଲା । ଓଦା ଓ ଶୁଖିଲା ବର୍ଯ୍ୟବସ୍ତୁକୁ କିପରି ଡଷ୍ଟବିନ ମଧ୍ୟରେ ରଖିବେ ଏବଂ ନିଜ ଅଞ୍ଚଳକୁ କିପରି ସ୍ୱଚ୍ଛ ରଖିବେ ସେ ନେଇ ସ୍ୱଚ୍ଛସାଥୀ ମାନେ ଲୋକଙ୍କୁ ବୁଝାଇଥିଲେ । ଏହି ଅବସରରେ ପାରଳାଖେମୁଣ୍ଡି ପୌରପାଳିକାରେ କାର୍ଯ୍ୟରତ ସମସ୍ତ ସ୍ୱଚ୍ଛସାଥିମାନେ ଏହି କାର୍ଯ୍ୟକ୍ରମର ଅଂଶ ଗ୍ରହଣ କରି ସ୍ୱଚ୍ଛତା ବାର୍ତ୍ତା ପ୍ରଦାନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ