ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଭାରତ ବର୍ଷରେ ପାଳନ କରାଯାଉଛି ଆଜାଦୀ କା ଅମୃତ ମହୋତ୍ସବ I ଏହି ଅବସରରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଏବଂ ବସ୍ତି ବାସିନ୍ଦା ସଂଘ ଆନୁକୂଲ୍ୟରେ ଶିଶୁ ଓ ମହିଳା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ନିର୍ବାହୀ ଅଧିକାରୀ ଏସ ରାକେଶ କୁମାର ପାତ୍ରଙ୍କ ତତ୍ୱାବଧାନରେ ବସ୍ତି ମହିଳା ମାନେ ବହୁତ ସୁନ୍ଦର ଝୋଟି ପକାଇବା ଓ ଶିଶୁ ମାନଙ୍କ ମଧ୍ୟରେ ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା | ଏହି କାର୍ଯ୍ୟକ୍ରମକୁ ସହର ମିଶନ ପରିଚାଳକ ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ ପରିଚାଳନା କରିଥିବାବେଳେ ସିଓ ଅଞ୍ଜଳି କୁମାରୀ ପଣ୍ଡା, ସ୍ୱଚ୍ଛ ସୁପରଭାଇଜର ପାୟଲ ମହାପାତ୍ର ସହଯୋଗ କରିଥିଲେ | କାର୍ଯ୍ୟକ୍ରମରେ ସହରର ତିନୋଟି ବସ୍ତି ଯଥା ମେଦିରି ସାହି, ହରିଜନ ସାହି ଓ ଭାଗବତ ପାଟଣା ର ଶିଶୁ ଓ ମହିଳାମାନେ ଅଂଶଗ୍ରହଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ