ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଟ୍ୟାକ୍ସାଥନ୍

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଦେଶ ସ୍ୱାଧୀନତାର ୭୫ତମ ବର୍ଷ ଉପଲକ୍ଷେ ଦେଶବ୍ୟାପୀ ପାଳନ କରାଯାଉଛି ‘ଆଜାଦୀ କା ଅମୃତ ମହୋତ୍ସବ’। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ଓଡ଼ିଶା କ୍ଷେତ୍ର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପଦଯାତ୍ରା (ୱାକାଥନ୍) ଆୟୋଜନ କରାଯିବ । ସଚ୍ଚୋଟ ଟିକସଦାତାମାନଙ୍କୁ ସମ୍ମାନ ବିଷୟବସ୍ତୁକୁ ନେଇ ‘ଟ୍ୟାକ୍ସାଥନ୍’ ନାମରେ ଏହି ପଦଯାତ୍ରା ଭୁବନେଶ୍ୱର ରାଜସ୍ୱ ବିହାରସ୍ଥିତ ଆୟକର ଭବନରୁ ବାହାରି ରସୁଲଗଡ଼, ବାଣୀବିହାର, ରାମମନ୍ଦିର (ଜନପଥ), କଳିଙ୍ଗ ଷ୍ଟାଡିୟମ ଦେଇ ପୁନର୍ବାର ଆୟକର ଭବନକୁ ଫେରି ଆସିବ । ବୁଧବାର ସକାଳ ୬ଟା ୩୦ମିନିଟ୍ ସମୟରେ ଆରମ୍ଭ ହେବାକୁ ଥିବା ଦୀର୍ଘ ୧୦ କିମି ବ୍ୟାପୀ ଏହି ପଦଯାତ୍ରାରେ ସଚ୍ଚୋଟ ଟିକସଦାତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରାଯିବା ସହିତ ଟିକସ ପଇଠ କରି ରାଷ୍ଟ୍ର ନିର୍ମାଣରେ ଭାଗୀଦାର ହେବା ଲାଗି ସଚେତନତା ସୃଷ୍ଟି କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ