ଆଜାଦ୍ କା ମହୋତ୍ସବ ଅବସରରେ ତ୍ରିରଙ୍ଗା ପଦଯାତ୍ରା

ନିମାପଡ଼ା, (ସନ୍ତୋଷ ଦାଶ):ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦ୍ କା ମହୋତ୍ସବ ପାଳନ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶ ବ୍ୟାପି ତ୍ରିରଙ୍ଗା ପଦଯାତ୍ରା କରାଯାଉଛି। ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଗତ କାଲି ଡେଲାଙ୍ଗ ବ୍ଲକ୍ ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥିତ ଗାନ୍ଧୀ ପୀଠରୁ ତ୍ରିରଙ୍ଗା ପଦଯାତ୍ରାର ଶୁଭାରମ୍ଭ ହୋଇଥିଲା ।ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଆଜି ନିମାପଡ଼ା ଦଳୀୟ କାର୍ଯ୍ୟାଳୟ ରୁ ବାହାରି ଚାରିଛକ ଦେଇ କାକଟପୁର ଅଭିମୁଖେ ଯାଇଛନ୍ତି ।ଏହି ପଦଯାତ୍ରାରେ ରାଜ୍ୟ ଉପସଭାପତି ପ୍ରଭାତୀ ପରିଡ଼ା , ଦିଲ୍ଲୀପ ନାୟକ ,ପ୍ରଦୀପ୍ତ ନାୟକ, ପୂର୍ଣ୍ଣ ଚନ୍ଦ୍ର ଓଝା ,ଭଗବାନ ମିଶ୍ର,କୃଷ୍ଣ ଚନ୍ଦ୍ର ସ୍ବାଇଁ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।ଚାରିଛକ ଠାରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି କାକଟପୁର ଠାରେ ରାତ୍ରଯାପନ କରିବେ ।ଏହି ପଦଯାତ୍ରା ଅସ୍ତରଙ୍ଗ ର ଐତିହାସିକ ଲବଣ ସତ୍ୟାଗ୍ରହ ପୀଠ କୁହୁଡି ଠାରେ ଆସନ୍ତା କାଲି ଉଦଯାପିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ