ଆଜାଦ କି ହିନ୍ଦ ମହୋତ୍ସବ ଅବସରରେ ସର୍ବ ଭାରତୀୟ ଉର୍ଦ୍ଦୁ କବି ସମ୍ମିଳନୀ
ନିମାପଡା, (ସନ୍ତୋଷ ଦାଶ):ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଓ ଅମୃତ ମହୋତ୍ସବ ଅବସରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନ୍ତର୍ଗତ ଓଡିଶା ଉର୍ଦୁ ଏକାଡେମୀ ପକ୍ଷରୁ “ଆଦାଦି କା ଅମୃତ ମହୋତ୍ସବ ମୁଶାଏରା କମିଟି ଆଜମପୁର ସହାୟତାରେ କାକଟପୁରର ଆଜମପୁରz’ଭାଈଜୀ ଶାଦି ମହଲ’ରେ ଏକ ସର୍ବଭାରତୀୟ ଉର୍ଦ୍ଦୁ କବି ସମ୍ମିଳନୀ ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଓଡିଶା ର ଭଦ୍ରକ, କଟକ ରୁ କବି ମାନେ ଯୋଗ ଦେଇ ଥିବା ବେଳେ ଓଡିଶା ବାହାରୁ ଉତ୍ତରପ୍ରଦେଶ,ମିରଟ,ଗୟା ,ବିହାର ,ଦିଲ୍ଲୀ, ପଶ୍ଚିମ ବଙ୍ଗ ରୁ କବି ମାନେ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀ କୁ ଜଗତସିଂପୁର ସାଂସଦ ରାଜଶ୍ରୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ଆୟୋଜିତ ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ପୁରୀ ଜିଲ୍ଲା ପରିଷଦ ର ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ପ୍ରାଣକୃଷ୍ଣ ମଲ୍ଲିକ, ଜ୍ୟୋତିର୍ମୟ ଦଳାଇ, ଜ୍ଞାନ ରଞ୍ଜନ ସାହୁ ପ୍ରମୁଖ ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଶାନ୍ତି ଶୃଙ୍ଖଳା ସହିତ ମନୋରଞ୍ଜନ କରିବାକୁ “ଆଜାଦି କା ଅମୃତ ମହୋତ୍ସବ ମୁଶାଏରା କମିଟିର” ସଦସ୍ୟମାନେ ନିବେଦନ କରିଛନ୍ତି ।


