ଆଜାଦ କ୍ଲବ ପକ୍ଷରୁ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଆଜାଦ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ “ଅବୁ ୱାହିଦ ମେମୋରିଆଲ ଜାତୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ”ର ଦ୍ୱିତୀୟ ଦିନର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ଅନୁ୍୍ଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବର ସଭାପତି ହିବଜୁର ରହେମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଚିତ୍ତରଞ୍ଜନ ଦାସ ଓ ସମ୍ମାନୀତ ଅତିଥି ଭାବରେ ଟାଉନ ଥାନା ଅଧିକାରୀ ତପନ କୁମାର ନାୟକ ଯୋଗଦେଇ ପଡିଆ ମଧ୍ୟକୁ ଯାଇ ଦୁଇଟି ଦଳର ଖେଳାଳୀମାନଙ୍କ ସହ ହାତ ମିଳାଇ ସେମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ, କ୍ଲବର ସମ୍ପାଦକ ସେଖ ଲିଆକତ ଅଲ୍ଲୀ, କ୍ଲବର ଉପସଭାପତି ମହମ୍ମଦ ନିଆଜ, ସହସମ୍ପାଦକ ମୀର ବକାଉଲ୍ଲା, ସୟଦ ଅବଦୁଲ ସତ୍ତାର ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚରେ ଝାଡଖଣ୍ଡର ଧାନବାଦ ଏଫସି କେନ୍ଦ୍ରାପଡାର ସୂରଜ ସ୍ପୋଟିଂ କ୍ଲବକୁ ୨-୧ ଗୋଲରେ ହରାଇ ବିଜୟୀ ହୋଇଥିଲା । ମ୍ୟାଚ ପରିଚାଳନାରେ ସେକ ସାହାବୁଲ୍ଲା, ସେକ ସଫାତୁଲ୍ଲା, ସେକ ସିରାନ ଅଲ୍ଲୀ, ଅକିଲ ଅହେମ୍ମଦ, ଅନିସୁର ରହେମାନ, ଟିକା ଖାନ, ସେକ ଅକ୍ତର, ମୀର ଅମୀର, ସେକ ନୋଲି, ଅମୀର ମହମ୍ମଦ, ପରଭେଜ ଅକ୍ତର, ମୀର କୁବେର,ଜୁମା ଖାନ, ଜାହିଦ ଖା, ଅୟାଜ ଖାନ, ଅବଦୁଲ ମଜିଦ, ଆଝାରୁଦ୍ଦିନ ଖାନ, ସମସୁର ରହେମାନ, ତାଜଉଦ୍ଦିନ ଖାନ, ନୁର ଖାନ, ନଫିସ ଅହେମ୍ମଦ, ରାକେଶ ମହାପାତ୍ର, ପ୍ରଦୀପ ବେହେରା, ରବିନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ । ଆଜିର ଏହି ଫୁଟବଲ ମ୍ୟାଚକୁ ରେଫରୀ ଭାବରେ ସେକ ମୋକିମ, ମହମ୍ମଦ ସକଲିମ, ଯୋଗି ପଲାଲା ଓ ଶିବ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ପ୍ରଥମ ଦିବସର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚରେ କେନ୍ଦ୍ରାପଡାର ଚାନ୍ଦ କ୍ଲବ ହାଇଦ୍ରାବାଦ -୧୧କୁ ୨-୦ଗୋଲରେ ହରାଇ ସେମିଫାଇଲକୁ ପ୍ରବେଶ କରିଥିଲା ।


