“ଆଜାଦ” କ୍ଷୁଦ୍ର ଚଳଚ୍ଚିତ୍ର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲକୁ ମନୋନିତ

ଗଞ୍ଜାମ ,(ଓ୍ବାଇଏନ୍ଏସ୍):ଗଞ୍ଜାମ ସହର ସ୍ଥିତ ଭାରତୀ ଵିଦ୍ୟା ପୀଠ ର କ୍ରୀଡ଼ା ଶିକ୍ଷକ, ଗୀତିକାର , ସଂଳାପ ଲେଖକ “ପ୍ରୀତି ରଞ୍ଜନ ପ୍ରଧାନ ” ଙ୍କ ପରିକଳ୍ପନା, ସ୍ବାଧୀନତା ର ୭୪ ବର୍ଷ ପରେ ଝିଅ ମାନଙ୍କୁ ମିଳିପାରିନି ସ୍ବାଧୀନତା ପରିକଳ୍ପପିତ କ୍ଷୁଦ୍ର ଚଳଚିତ୍ର “ଆଜାଦ” ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ କୁ ମନୋନିତ ହୋଇଥିବା ଜଣାପଡିଛି । ଯାହାକୁ ନେଇ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଥିବାବେଳେ ଏହା ନିଶ୍ଚିତ ପୁରସ୍କୃତ ହେବ ବୋଲି ଆଶାବାଦୀ ଅଛନ୍ତି ।

ମୁକ୍ତିଲାଭ କରିଛି “B Beats Odia” you tube ଚାନେଲ ରେ ଏକ କ୍ଷୁଦ୍ର ଚଳଚିତ୍ର ” ଆଜାଦ “( କାହାଣୀ ଏକ ଝିଅ ର )।ସ୍ୱାଧୀନତା କୁ ୭୪ ବର୍ଷ ପୁରିବା ପରେ ମଧ୍ୟ ଆମ ଝିଅ ମାନଙ୍କୁ ମିଳି ପାରିନି ପୂର୍ଣ ସ୍ୱାଧୀନତା ।ଏକୁଟିଆ ଝିଅ ଅସହାୟ ଝିଅ କୁ ଦେଖି ଅନେକ ଅବିବେକି ପୁରୁଷ ହୋଇ ଯାଆନ୍ତି କାମାନ୍ଧ ।ଠିକ ଭୁଲ କିଛି ନ ବିଚାରି ନିରୀହ ନିଷ୍ପାପ ଝିଅ ମାନଙ୍କୁ କରି ନିଅନ୍ତି ନିଜର ଆହାର ।କେମିତି ଝିଅ ମାନଙ୍କୁ ଆମେ ଦେଇ ପାରିବା ସୁରକ୍ଷା,କେମିତି ଆଣିବା ଆମ ମାନସିକତାରେ ପରିବର୍ତନ,ଏ ସବୁ କୁ ଲକ୍ଷ କରି ଅଭିନୟ ମାଧ୍ୟମ ରେ ଏକ ସୁନ୍ଦର ସଚେତନତା ବାର୍ତା ବାଣ୍ଟିଛନ୍ତି ଗଞ୍ଜାମ ର କଳାକାର ମାନେ।ଯାହାକୁ ଏକ ସୁନ୍ଦର ପରିକଳ୍ପନା ନେଇ କାହାଣୀଟିକୁ ସଂଳାପ ରେ ସଜେଇଛନ୍ତି ଗୀତିକାର ତଥା ସଂଳାପ ଲେଖକ ପ୍ରୀତି ରଞ୍ଜନ ପ୍ରଧାନ ଏବଂ ଏହାର ନିର୍ଦେଶନା ଭାର ସମ୍ଭାଳିଛନ୍ତି ଗଂଜାମ ର ଯୁବ ନିର୍ଦ୍ଦେଶକ ତେଜେଶ୍ୱର ସାମଲ ।ଏଥିରେ ମୁଖ୍ୟ ଭୂମିକାରେ ଶିଶୁ କଳାକାର ଶିବନୀ ପ୍ରଧାନ ଙ୍କର ଦମଦାର ଅଭିନୟ ସମସ୍ତ କଳାକାର ଙ୍କ ମହଲରେ ବେଶ ଆଦୃତ ହୋଇପାରିଛି ।ତାଙ୍କ ସହିତ ଅଭିଜ୍ଞ କଳାକାର ତଥା ଓଡ଼ିଆ ସିନେମା ଓ tv ପରଦା ର ହାସ୍ୟ ଅଭିନେତା ମଧୁସୂଦନ ମିଶ୍ର ଙ୍କ ସହିତ ପ୍ରୀତି ରଞ୍ଜନ ପ୍ରଧାନ,ସପନ ସେଠି ଓ ସୌମ୍ୟ ରଞ୍ଜନ ସାହୁ ଙ୍କର ଅଭିନୟ ବେଶ ଉଚ୍ଚ କୋଟିର ଥିଲା ବୋଲି ଦର୍ଶକ ମହଲ ରେ ଚର୍ଚ୍ଚା ହଉଛି।କ୍ୟାମେରା ଦାୟିତ୍ୱ ରେ ଅଛନ୍ତି ସୁନୀଲ କୁମାର ପାଢୀ ଓ ରାଜା ।ଚଳଚିତ୍ର ” ଆଜାଦ ” ଏବେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ହେଉଥିବା ROSHNI INTERNATIONAL SHORTFILM FESTIVAL ଏବଂ COIFF FILM FESTIVAL, 2020 ଦୁଇ ଟି Festival କୁ ସିଲେକ୍ସନ ହୋଇଛି ବୋଲି ଫିଲ୍ମ ର ପ୍ରଡୁସର ଭରତ ବେହେରା ଜଣେଇବା ସହ ଖୁସି ବ୍ୟକ୍ତ କରି ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ଲାଭ କରୁ ବୋଲି ଆଶାବାଦୀ ଅଛନ୍ତି ।ଏ ଫିଲ୍ମ ଟି ସ୍କୁଲ ପିଲା ମାନଙ୍କ ପାଇଁ ମଧ୍ୟ ଉଦ୍ଧିଷ୍ଟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ