ଆଜାଦ ସାଂସ୍କୃତିକ ଅନୁଷ୍ଠାନ ର ଉଦଯାପନୀ ଉତ୍ସବ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ରସମତଳା ଖେଳ ପଡିଆ ରେ ଆଜାଦ୍ ଫେଷ୍ଟିଭାଲ ମୟୂରଭଞ୍ଜ ଶାଖା ର ତୃତୀୟ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରପ୍ରାପ୍ତ ସାମରିକ ଅଫିସର ଚିତ୍ତରଞ୍ଜନ ମହାନ୍ତ ଙ୍କ ସଭା ପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ସମାରୋହରେ ମୁଖ୍ୟ ଅତିଥି ବିଶିଷ୍ଟ ସମାଜ ସେବିକା ଅଧ୍ୟାପିକା ସୁକାନ୍ତି ନାୟକ, ମୁଖ୍ୟ ବକ୍ତା ରୂପେ ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟ , କାଦଡିହା ର ଅଧକ୍ଷ ଡକ୍ଟର ଭାଗବତ ଲେଙ୍କା ଓ ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ଶିଳ୍ପପତି ଓ ସମାଜ ସେବୀ ବିଷ୍ଣୁ ପ୍ରସାଦ ଅଗରୱାଲ୍ , କରଞ୍ଜିଆ ଏନଏସି ର ପୂର୍ବତନ ଉପନଗରପାଳ ଗିରିଧାରୀ ପୃଷ୍ଟି ପ୍ରମୁଖ ଯୋଗ ଦେଇ ଆଜାଦ୍ ଫେଷ୍ଟିଭାଲ ମୟୂରଭଞ୍ଜ ଶାଖା ସାମରୀକ କର୍ମଚାରୀ ,ଚାଷୀ, କଳାକାର, ନୃତ୍ୟ ଶିଳ୍ପୀ, ମହିଳା ସ୍ଵୟଂସହାୟି କା, କ୍ରୀଡାବିତ୍, ଅବସରପ୍ରାପ୍ତ ଶିକ୍ଷକ ତଥା ଲେଖକ ମାନଙ୍କୁ ସମ୍ବର୍ଦ୍ଧିତ କରି ଏକ ମହନୀୟ କାର୍ଯ୍ୟ କରୁଛନ୍ତି ବୋଲି ଉପସ୍ଥିତ ବକ୍ତା ମାନେ ମତପ୍ରକାଶ କରିଥିଲେ l ଅନୁଷ୍ଠାନର ସମ୍ପାଦକ ଆଶିଷ ରଂଜନ ମହାନ୍ତ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ l ଏହାପରେ ବୁଢ଼ିଗାଳି , ରାମ୍ ଦଣ୍ଠା, ପାନ୍ତ ସାଲିଆ, ଓଡ଼ିଶୀ, ସମ୍ବଲପୁରୀ , ଝୁମର ,ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥି ସହିତ କରାଟେ ଶିକ୍ଷା କରୁଥିବା ପିଲାମାନେ ତାଙ୍କର ଅଭିନବ ଆତ୍ମରକ୍ଷା କୌଶଳ ମାନ ପ୍ରଦର୍ଶନ କରି ଦର୍ଶକଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଥିଲେ l ଏହି କାର୍ଯ୍ୟକ୍ରମକୁ ଗୌର ଚନ୍ଦ୍ର ମହାନ୍ତ, ଦୁଷ୍ମନ୍ତ କୁମାର ପାତ୍ର , ବିଦ୍ୟାଧର ମହାନ୍ତ ପ୍ରମୁଖ ପରିଚାଳନା କରିଥିଲେ l ସମାଜ ର ସବୁ ବର୍ଗର ପ୍ରତିଭାଧରଙ୍କୁ ଏ ଅନୁଷ୍ଠାନ ସମ୍ବର୍ଦ୍ଧିତ କରି ଅନୁଷ୍ଠାନ ନିଆରା ପରମ୍ପରା ସୃଷ୍ଟି କରିବ ବୋଲି ସଭାପତି ନିଜସ୍ଵ ମତ ପ୍ରକାଶ କରିଥିଲେ l ଶେଷରେ ଗୌର ଚନ୍ଦ୍ର ମହାନ୍ତ ଧନ୍ୟବାଦ୍ ଅର୍ପଣ କରିଥିଲେ I