ଆଜାରୁଦ୍ଦିନଙ୍କ ପୁଅକୁ ବିବାହ କଲେ ସାନିଆ ମିର୍ଜାଙ୍କ ଭଉଣୀ

ନୂଆଦିଲ୍ଲୀ : ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କ ଭଉଣୀ ଅନମ ମିର୍ଜାଙ୍କୁ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନଙ୍କ ପୁଅ ଅଶଦୁଦ୍ଦିନ ବିବାହ କରିଛନ୍ତି। ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ପ୍ରେମ ସମ୍ପର୍କ ଥିଲା। ଅନମ ମିର୍ଜା ଓ ଅଶଦୁଦ୍ଦିନ ଉଭୟ ନିଜ ବିବାହର ଅନେକ ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଉଭୟଙ୍କ ପରିବାରର ସହମତିରେ ବିବାହ ହୋଇଛି। ବିବାହରେ ଉଭୟଙ୍କ ସମ୍ପର୍କୀୟଙ୍କ ସମେତ ଅନେକେ ସାଙ୍ଗ ସାଥି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ