ଆଜିଠାରୁ ଆରମ୍ଭ ଯୁକ୍ତଦୁଇ ଆଡମିଶନ; ଜୁଲାଇ ୬ ଯାଏଁ ପ୍ରଥମ ପର୍ଯ୍ୟୟ ନାମଲେଖା

ଆଜି ପ୍ରକାଶ ପାଇଛି ଯୁକ୍ତଦୁଇ ନାମଲେଖା ପାଇଁ ପ୍ରଥମ କଟ ଅଫ ମାର୍କ ତାଲିକା । ଯୁକ୍ତ ଦୁଇ ପ୍ରଥମ ବର୍ଷ ଲାଗି ୩ଲକ୍ଷ ୭୫ ହଜାର ୯୫୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ପର‌୍ୟ୍ୟାୟରେ ୩ଲକ୍ଷ ୩୩ହଜାର ୫୭୩ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ୬ ତାରିଖ ଯାଏଁ ପ୍ରଥମ ପର୍ଯ୍ୟୟ ନାମଲେଖା ପକ୍ରିୟା ଚାଲିବ । ଜୁଲାଇ ୧୨ ରେ ଦ୍ୱିତୀୟ କଟଅଫ ପ୍ରକାଶ ପାଇବ । ସୂଚନା ଥାଉ କି ଜୁଲାଇ ୨୯ ରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠ ପଢା ଆରମ୍ଭ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ